• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ନାହାନ୍ତି ଦେଶର ଜଣାଶୁଣା ଦୂରଦର୍ଶନ (Doordarshan ) ନ୍ୟୁଜ୍ ଆଙ୍କର୍ | ଦୂରଦର୍ଶନର ପ୍ରସିଦ୍ଧ ନ୍ୟୁଜ ଆଙ୍କର ଗୀତାଞ୍ଜଳି ଆୟର (Gitanjali Aiyar)ଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ସାନ୍ଧ୍ୟଭ୍ରମଣ କରି ଆସିବାପରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହେଇଛି।

ଗୀତାଞ୍ଜଳି ଆୟର ୧୯୭୧ ମସିହାରେ ଦୂରଦର୍ଶନରେ କାମ ଆରମ୍ଭ କରିଥିଲେ । ଇଂରାଜୀ ଭାଷାରେ ନ୍ୟୁଜ ଆଙ୍କର ଭାବେ ସେ ଭାରତରେ ବେଶ ପରିଚିତ । ଦୂରଦର୍ଶନରେ ସେ ପ୍ରାୟ ୩୦ ବର୍ଷ ଧରି କାମ କରିଛନ୍ତି । ଟିଭି ସାମ୍ବାଦିକତା କ୍ଷେତ୍ରରେ ଗୀତାଞ୍ଜଳି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ନିଜ କ୍ୟାରିଅରରେ ସେ ୪ଥର ବେଷ୍ଟ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ ।

କୋଲକାତାର ଲୋରେଟୋ କଲେଜରୁ ଗ୍ରାଜୁଏସନ ସାରିବା ପରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଡିପ୍ଲୋମା ସାରି ସେ ପ୍ରଥମେ ଅଲ ଇଣ୍ଡିଆ ରେଡିଓରେ କାମ କରିଥିଲେ । ପରେ ଦୂରଦର୍ଶନରେ ସେ ଇଂରାଜୀ ନ୍ୟୁଜ୍ ଆଙ୍କର ଭାବେ କାମ ଆରମ୍ଭ କରିଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି । ସେହିଭଳି ତାଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ  ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।