ଭଲ ପଢ଼ିବାକୁ ବିଦେଶ ଯାଉଥିଲେ ଏବେ ବିଦେଶରୁ ଭାରତ ଆସୁଛନ୍ତି ଛାତ୍ରଛାତ୍ରୀ: ମୋଦି

ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ କଲେ ସମ୍ବୋଧନ । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ ।

PM Modi

News Summary

୫ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ।

ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ ।

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ।

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ କଲେ ସମ୍ବୋଧନ । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ । କରୋନା କାଳରେ ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପରୀକ୍ଷା ଛିଡ଼ା ହେଲା । କିନ୍ତୁ ଆମ ଯୁବ ପିଢ଼ି ଏହାକୁ ସହଜରେ ଗ୍ରହଣ କଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି ଆହୁରି କହିଛନ୍ତି ଯେ, ଏବେ ଅନଲାଇନ ଶିକ୍ଷା ଏକ ନିତ୍ୟନୈମିତ୍ତିକ ପ୍ରକ୍ରିୟା ହୋଇଯାଇଛି । ଦୀକ୍ଷା ପୋର୍ଟାଲ ଶିକ୍ଷା ଦାନର ପ୍ରମୁଖ ମାଧ୍ୟମ ପାଲଟି ଯାଇଛି । ଆଜିର ଯୁବ ପିଢ଼ିକୁ ବନ୍ଧନରୁ ମୁକ୍ତି ଦରକାର, ଏକ୍ସପୋଜର ଦରକାର । ସାଧାରଣ ପରିବାରରୁ ଆସିଥିବା ଯୁବକ ଏବେ ଉତ୍କର୍ଷ ଦେଖାଉଛନ୍ତି । ବିଭିନ୍ନ କ୍ଷେତ୍ରରେ ଆଜି ଭାରତୀୟ ଯୁବକ ଉନ୍ନତି କରିଚାଲିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଗତି ଦେଇଛନ୍ତି ଆଜିର ଯୁବ ପିଢ଼ି । ପୂରା ଦେଶ ଯୁବକଙ୍କ ସାଥିରେ ଥିବା ନୂଆ ଶିକ୍ଷା ନୀତି ସୂଚନା ଦେଉଛି ବୋଲି କହିଛନ୍ତି ମୋଦି ।

ଏହାସହ ପିଲା କେତେ ସମୟ ପଢ଼ିବେ, ଏହା ନିଜେ ଛାତ୍ରମାନେ ହିଁ ସ୍ଥିର କରିବେ । ଏବେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ରୁଚିରେ ଯେକୌଣସି ପାଠ ପଢ଼ିପାରିବେ ଓ ଛାଡ଼ି ମଧ୍ୟ ପାରିବେ । ନୂଆ ଶିକ୍ଷା ନୀତି ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି ମୋଦି ।

ଆଗରୁ ଭଲ ପଢ଼ିବାକୁ ଭାରତୀୟ ପିଲା ବିଦେଶ ଯାଉଥିଲେ । ହେଲେ ଏବେ ଭଲ ପଢ଼ିବାକୁ ବିଦେଶ ପିଲା ଓ ସଂସ୍ଥା ଭାରତ ଆସୁଛନ୍ତି । ଆମ ଯୁବ ପିଢ଼ିଙ୍କୁ ଦୁନିଆ ଠାରୁ ଗୋଟିଏ ପାଦ ଆଗକୁ ଭାବିବାକୁ ପଡ଼ିବ । ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଇଛି । ୮ ରାଜ୍ୟର ୧୪ ଇଂଜିନିୟରିଂ କଲେଜରେ ୫ ଭାଷାରେ ପାଠ ପଢ଼ା ଯିବ । ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ୱାସ ବଢ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭାରତୀୟ ସାଂକେତିକ ଭାଷାକୁ ଭାଷା ମାନ୍ୟତା ପ୍ରଦାନ କରାଯାଇଛି ବୋଲି ମଧ୍ୟ ସେ କହିଛନ୍ତି ।