ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହେଇ ଜଳିଗଲା ଏକାଧିକ ବସ୍

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୁଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି।

Fire In Bus Depot

ବେଙ୍ଗାଲୁରୁରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳିଗଲା ଏକାଧିକ ବସ୍‌ । ସ୍ଥାନୀୟ ବୀରଭଦ୍ରନଗର ବସ୍ ଡିପୋରେ ନିଆଁ ଲାଗିଛି । ଯାହା ଫଳରେ ଘଟଣାସ୍ଥଳରେ ହୁତ୍ ହୁତ୍ ହେଇ ଜଳି ଯାଇଛି ଏକାଧିକ ବସ୍ । ନିଆଁର ପ୍ରଭାବ ଏତେ ଅଧିକ ଯେ, ଅନେକ ଦୂର ଯାଏଁ ବ୍ୟାପିବାରେ ଲାଗିଛି ନିଆଁ ଓ ଧୂଆଁ ।

ପରିସ୍ଥିତି ଏମିତି ହୋଇଛି କି ବହୁ ଦୂର ଯାଏଁ ଏହାର ପ୍ରଭାବ ଅନୂଭୂତ ହୋଇଛି । ବେଙ୍ଗାଲୁରୁ ବସ୍‌ ଡିପୋରେ ଲାଗିଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ବାହିନୀ ଗାଡ଼ି।