Advertisment

ସ୍କୁଲ ଫି ଦେଇ ନ ପାରିବାରୁ ଅପମାନିତ କଲେ ପ୍ରିନ୍ସିପାଲ; କାନ୍ଦି କାନ୍ଦି ଜୀବନ ହାରିଦେଲେ ଛାତ୍ରୀ

ସ୍କୁଲ ଫିକୁ ଆଦାୟକୁ ନେଇ ସାରା ଦେଶରେ ଲାଗିଛି ଅସନ୍ତୋଷ। କରୋନା ମହାମାରୀ ଯୋଗୁ ଦେଢ ବର୍ଷ ହେଲା ପିଲା ସ୍କୁଲକୁ ଯାଉ ନାହାନ୍ତି। ତା ଛଡ଼ା କରୋନା ଯୋଗୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବା ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିଛି। ହେଲେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ନଛୋଡ ବନ୍ଧା। ଫି ଆଦାୟ ପାଇ ଅଡି ବସିଛନ୍ତି।

ଅଦ୍ୟତନ ହୋଇଛି
ସ୍କୁଲ ଫି ଦେଇ ନ ପାରିବାରୁ ଅପମାନିତ କଲେ ପ୍ରିନ୍ସିପାଲ;  କାନ୍ଦି କାନ୍ଦି ଜୀବନ ହାରିଦେଲେ ଛାତ୍ରୀ

principal insulted high school student

Advertisment

ଉନ୍ନାବ: ସ୍କୁଲ ଫିକୁ ଆଦାୟକୁ ନେଇ ସାରା ଦେଶରେ ଲାଗିଛି ଅସନ୍ତୋଷ। କରୋନା ମହାମାରୀ ଭୟରେ ଦେଢ ବର୍ଷ ହେଲା ପିଲା ସ୍କୁଲକୁ ଯାଉ ନାହାନ୍ତି। ତା ଛଡ଼ା କରୋନା ଯୋଗୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବା ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିଛି। ହେଲେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ନଛୋଡ ବନ୍ଧା। ଫି ଆଦାୟ ପାଇ ଅଡି ବସିଛନ୍ତି। ଏପରିକି ସ୍କୁଲ ଫି ଆଦାୟ କରିବାକୁ ପିଲାଙ୍କ ଉପରେ ମାନସିକ ଚାପ ପକାଇବାକୁ ପଛାଉ ନାହାନ୍ତି। ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ଶୋଷଣ ମନବୃତ୍ତି ଆଜି ଜଣେ ଛାତ୍ରୀର ଜୀବନ ନେଇଯାଇଛି। ଏମିତି ଏକ ଘଟଣା ଘଟିଛି  ଉତ୍ତର ପ୍ରଦେଶର ଉନ୍ନାବରେ। 

Advertisment

ଉନ୍ନାବ ହାଇସ୍କୁଲରେ ପଢନ୍ତି ସ୍ମୃତି ଅବସ୍ଥି ।  ହାଇସ୍କୁଲରେ ପଢୁଥିବା ଏଇ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ସ୍କୁଲ ଫି ଜମା ହୋଇ ନ ପାରିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଛାତ୍ରୀଙ୍କ ଉପରେ ଚାପ ପକାଯାଉଥିଲା। ଛାତ୍ରୀ ଜଣକ ଫି ଛାଡ ପାଇଁ ଆବେଦନ ପତ୍ର ନେଇ ପ୍ରିନ୍ସିପାଲଙ୍କ ପାଖକୁ ଯାଇଥିଲା। ହେଲେ  ପ୍ରିନ୍ସିପାଲ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ସେତିକି ନୁହେଁ, ପ୍ରିନ୍ସିପାଲ ଛାତ୍ରୀଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହ ସେଠାରୁ ବାହାର କରି ଦେଇଥିଲେ। 

 ପ୍ରିନ୍ସିପାଲଙ୍କ ଏପରି ବ୍ୟବହାରରେ ଖୁବ ଭାଙ୍ଗି ପଡ଼ିଥିଲେ ଛାତ୍ରୀ ଜଣକ। କାନ୍ଦି କାନ୍ଦି ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିବା କ୍ଷଣି ସେ ବେହୋଶ ହୋଇଗଲେ। ପରିବାର ଲୋକେ ଚେତା ଫେରାଇ ଆଣିବା ପାଇଁ ଉଦ୍ୟମ କଲେ। ହେଲେ ବିଫଳ ହୋଇଥିଲେ। ଛାତ୍ରୀଙ୍କ ଚେତା ଆଉ ଫେରି ନ ଥିଲା। ଘଟଣା କ’ଣ ପରିବାର ଲୋକେ ଜାଣିବା ପୂର୍ବରୁ ସେ ଆଖି ବୁଜି ଦେଇଥିଲେ। ଘଟଣା ଉନ୍ନାବ ସହରର ଆଦର୍ଶ ନଗରରେ ଘଟିଛି।  

Advertisment

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଛାତ୍ରୀଙ୍କ ବାପା ସ୍କୁଲ ପରିଚାଳକ ଏବଂ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଛାତ୍ରୀଙ୍କ ଚାଚା ରମେଶ ଅବସ୍ଥିଙ୍କ ସୂଚନା ଅନୁଯାୟୀ, ତାଙ୍କର ଝିଆରି ସ୍ମୃତି ଏବି ନଗର ସ୍ଥିତ ଇଣ୍ଟର କଲେଜରେ ୧୦ମ ଶ୍ରେଣୀରେ ପଢୁଥିଲେ। କରୋନା ଯୋଗୁ ସେ ତିନି ମାସର ଦରମା ଦେଇ ପାରି ନ ଥିଲେ। ଏଥିପାଇଁ ସେ ଫି ଛାଡ ପାଇଁ ଏକ ଆବେଦନ ପତ୍ର ଦେବାକୁ ସ୍କୁଲ ଯାଇଥିଲେ। ହେଲେ ଅଧ୍ୟକ୍ଷ ଏହି ଆବେଦନପତ୍ର ଗ୍ରହଣ କରିବାକ ମନା କରି ଦେଇଥିଲେ। ସେତିକି ନୁହେଁ, ସମସ୍ତଙ୍କ ସାମ୍ନାରେ ଅପମାନ ଦେଇ ବାହାର  କରି ଦେଇଥିଲେ। ଏଥିରେ ଭାଙ୍ଗି ପଡ଼ିଥିଲେ ସ୍ମୃତି। କାନ୍ଦି କାନ୍ଦି ଘରେ ପହଞ୍ଚିଥିଲା ଏବଂ ବେହୋଶ ହୋଇଯାଇଥିଲେ। ପରିବାର ଲୋକେ ପାଣି ଛାଟି ଚେତା ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଚେତା ନ ଫେରିବାରୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 
ଏହି ମାମଲାର ଶିକ୍ଷା ଅଧିକାରୀ କହିଛନ୍ତି, ଛାତ୍ରୀଙ୍କ ବୟସ ୧୫ ବର୍ଷ ହେବ। ମୃତ ଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Advertisment
School Fee Unnao News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ