cyclone meeting
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା କରିଥିବା ସୂଚନା ମିଳିଛି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି । ବାତ୍ୟାର କଣ ରହିବ ପ୍ରଭାବ ଓ ଏହାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କରିଛନ୍ତି । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇ ବାତ୍ୟାର ସ୍ଥିତି ଓ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଏବେ ୱେଲମାର୍କ ଲୋପ୍ରେସର ରହିଛି ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନ ହେବ । ଡିପ୍ରେସନ ହେଲା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ, ତେବେ ପବନ ବେଗ ସର୍ବାଧିକ ୯୦ରୁ ୧୦୦କିମି ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ।
ସୂଚନା ଅନୁସାରେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ଘନୀଭୂତ ହୋଇ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । କ୍ରମଶଃ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
cyclone warning୩ ତାରିଖ ପରଠାରୁ ପବନର ବେଗ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ବାତ୍ୟାର ନାଁ ‘ଜୱାଦ୍’ ରଖାଯାଇଛି। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିପାରେ ବାତ୍ୟା । ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638438383.jpg)