Womens Reservation Bill
ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରି ଦେଲେ ରାଷ୍ଟ୍ରପତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ। ସେହିପରି ସମ୍ବିଧାନର ଧାରା ୨୩୯ Aର ସଂଶୋଧନ ହେବା ଫଳରେ ଦିଲ୍ଲୀ ବିଧାନସଭାରେ ବି ମହିଳା ସଂରକ୍ଷଣ ମିଳିବ। ୧୫ ବର୍ଷ ଯାଏଁ ଏହି ନିୟମ ଲାଗୁ ରହିବା । ଯଦି ସିଟ୍ ବଢ଼େ ତାହେଲେ ସଂରକ୍ଷଣ ବି ବଢ଼ିବ। ଏହି ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଡାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695988911.jpg)