• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା । ସେ କହିଛନ୍ତି ଯେ, ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣକୁ ଆମେ ସମସ୍ତେ ଅପେକ୍ଷା କରିଛୁ । ଶିକ୍ଷା ସାମାଜିକ ସଶକ୍ତୀକରଣର ସବୁଠାରୁ ବଡ଼ ମାଧ୍ୟମ । ନିଜ ପରମ୍ପରାକୁ ସମୃଦ୍ଧ କରିବାକୁ ଆଦିବାସୀ ଭାଇଭଉଣୀଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରତି ଭାରତୀୟ ସମାନ ନାଗାରିକ । ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥାରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି । ଭାରତ ଆଜି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥବ୍ୟବସ୍ଥାରେ ସାମିଲ ହୋଇପାରିଛି । ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁଁ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି । ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଆମର ଅନ୍ନଦାତାମାନେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଆଜି ଭାରତ କେବଳ ବିଶ୍ୱରେ ନାଁ କରିନି, ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି । 

ଆର୍ଥିକ ସଶକ୍ତୀକରଣ ଯୋଗୁଁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି । ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି । ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି’ ।

ଦେଶର ଝିଅମାନେ ଆଗକୁ ଯାଆନ୍ତୁ ବୋଲି ଆଶା ରଖି ରାଷ୍ଟ୍ରପତି ମୁର୍ମୁ ସରୋଜିନି ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମା ଦେବୀ, ଅରୁଣା ଅସଫ ଅଲୀ ଓ ସୁଚେତା କ୍ରିପାଲିନଙ୍କ ଉଦାହରଣ ଦେଇଛନ୍ତି। ମା’ କସ୍ତୁରବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଠିନ ସତ୍ୟାଗ୍ରହର ସବୁ ସମୟରେ ସାଥ ଦେଇଥିବା କଥା ମଧ୍ୟ ରାଷ୍ଟ୍ରପତି କହିଛନ୍ତି।

ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା ରହିଥିଲା ବୋଲି ସେ କହିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ସ୍ୱାଧୀନତା ଦିବସ ମୋତେ ମୋ ପିଲା ଦିନ ମନେପକାଇ ଦେଉଛି ।