Advertisment

ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଓଡ଼ିଶାରୁ ଗୃହ ବିଭାଗ ସ୍ୱତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

President Award

President Award

Advertisment

ଗଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତି ପଦକ ଘୋଷଣା । ଉଲ୍ଲେଖନୀୟ ଓ ପ୍ରଂଶସନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ସାହସିକତା ପାଇଁ ପୋଲିସ ପଦକ ଘୋଷଣା ହୋଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା ହୋଇଛି। ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।

Advertisment

ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଓଡ଼ିଶାରୁ ଗୃହ ବିଭାଗ ସ୍ବତନ୍ତ୍ରସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ ।

ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କୁ ମଧ୍ୟରୁ ଓଡ଼ିଶାରୁ ୧୫ ଜଣଙ୍କ ନାଁ ରହିଛି। ଏଥିମଧ୍ୟରେ ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ, ବିଶ୍ୱଜିତ ଦାସ ପ୍ରମୁଖଙ୍କ ନାଁ ରହିଛି ।

Advertisment

ଏପଟେ ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ନେଇ ମଧ୍ୟ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ IG ସତ୍ୟବ୍ରତ ଭୋଇଙ୍କ ନାଁ ସହ ସ୍ଥାନ ପାଇଛନ୍ତି ୩ ଜଣ ଡିଏସ୍‌ପି ରାଙ୍କ ଅଧିକାରୀ । ଏନେଇ ବିସ୍ତୃତ ଭାବେ ତାଲିକା ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ।

Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ