Advertisment

ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା।

ଅଦ୍ୟତନ ହୋଇଛି
President Droupadi Murmu undergoes cataract surgery at Army hospital

President Droupadi Murmu undergoes cataract surgery at Army hospital

Advertisment

ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ସେନାର ଏକ ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କ ବାମପଟ ଆଖିର ସଫଳ ଅସ୍ତ୍ରୋପଚାର କରାଇଛନ୍ତି। ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଗତବର୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ମଧ୍ୟ ଅସ୍ତ୍ରୋପଚାର କରିଥିଲା ଏହି  ଟିମ୍। ବ୍ରିଗେଡିୟର ମିଶ୍ର ଏବେ ଦିଲ୍ଲୀ ଆର୍ମି ହସପିଟାଲର ଚକ୍ଷୁ ବିଭାଗ ମୁଖ୍ୟ ଅଛନ୍ତି।

Advertisment

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ''ଶ୍ରୀମତି ମୁର୍ମୁଙ୍କ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କୁ ହସ୍ପିଟାଲରୁ ଜିସଚାର୍ଜ କରାଯାଇଛି।'' ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୟସ ୬୪ ବର୍ଷ। ସେ ଗତ ଜୁଲାଇ ୨୫ରେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ।

ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ଥିଲେ ଦ୍ରୌପଦୀ ।

Advertisment
President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ