ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ; କହିଲେ, ‘ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା’

ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।

President Of India

ରାତି ପାହିଲେ ସାରା ଦେଶ ପାଳିବ ୭୮ ତମ ସ୍ବାଧିନତା ଦିବସ । ଏହାର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଦେଶ ବିଦେଶରେ ଆମେ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ । ବଳିଦାନ ଦେଇଥିବା ମହାପୁରୁଷଙ୍କ ପାଇଁ ପ୍ରଣାମ କରିବା ।

ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି । ସେହିପରି ଗରିବୀ ହଟାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି । ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛିମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ଏଥିପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ସେହିପରି ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ । ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଡିଜିଟାଲ ଟେକ୍ନୋଲୋଜିକୁ ଆଜି ଅନ୍ୟ ଦେଶ ଟାମ୍ପଲେଟ ମାନିଲେଣି ବୋଲି ସେ କହିଛନ୍ତି । ସ୍ବାଧୀନତା ଦିବସ ଅଭିଭାଷଣରେ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି । ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିଅନ ହୋଇଛି । ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ।