Padma Awards
ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ତିନି ଜଣ ବ୍ୟକ୍ତି ବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା’ମଧ୍ୟରେ ରହିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ସେହିପରି କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପଟ୍ଟାୟତ ସାହୁଙ୍କୁ ଆଜି ବିଧିବଦ୍ଧ ଭାବେ ଦିଆଯାଇଛି ପଦ୍ମଶ୍ରୀ ପୁରସ୍କାର । ଲୁପ୍ତ ହେବାକୁ ବସିଥିବା ବହୁ ପାରମ୍ପାରିକ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରି ଚର୍ଚ୍ଚାକୁ ଆସିଥିଲେ କଳାହାଣ୍ଡି ଜୁନାଗଡ଼ ଅଞ୍ଚଳର ପଟ୍ଟାୟତ ସାହୁ । ଶ୍ରୀଯୁକ୍ତ ପଟାୟତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି ।
ସେପଟେ ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହାବ୍ୟତୀତ ଦିବଙ୍ଗତ କଣ୍ଠଶିଳ୍ପ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ଦିଆଯାଇଥିବାବେଳେ ତାଙ୍କ ଭଉଣୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ ହେଲେ ସୁଧା ମୂର୍ତ୍ତି ।
ସେହିଭଳି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ । ପୁରସ୍କାର ଗ୍ରହଣ କଲେ ତାଙ୍କ ପୁଅ ଅଖିଳେଶ ଯାଦବ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ ହେଲେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ।
#ମୁଲାୟମ_ସିଂ_ଯାଦବଙ୍କୁ_ମରଣୋତ୍ତର_ପଦ୍ମ_ବିଭୂଷଣ
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ । ପୁରସ୍କାର ଗ୍ରହଣ କଲେ ପୁଅ ଅଖିଳେଶ ଯାଦବ । #MulayamSinghYadav#Padmashree#DroupadiMurmu#OTVpic.twitter.com/rJ8Sn3yFVm
— ଓଟିଭି (@otvkhabar) April 5, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680713650.jpg)