Advertisment

ରାମ ନବମୀରୁ ଅଯୋଧ୍ୟା ରାମ ମନ୍ଦିରରେ ‘ସୂର୍ଯ୍ୟ ତିଲକ’

ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।

ଅଦ୍ୟତନ ହୋଇଛି
Ram Lalla Surya Tilak

Ram Lala

Advertisment

ରାମଲାଲାଙ୍କ ମସ୍ତକରେ ଦୃଶ୍ୟମାନ ହେବ ସୂର୍ଯ୍ୟ ତିଲକ। ଏଥିପାଇଁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟ ତିଲକର ଟ୍ରାଏଲ ରନ ଗତକାଲି ହୋଇଛି। ଆସନ୍ତା ୧୭ ତାରିଖରେ ରାମ ନବମୀ ଉତ୍ସବରେ ରାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ହେବାର ଅଛି। ସେହିଦିନ ଦିନ ୧୨ଟାରେ ପ୍ରଭୁ ରାମଙ୍କ ପ୍ରକଟ ହେବାର ସମୟ ସ୍ଥିର କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲାଣି ତାତି; ହସ୍ତତନ୍ତ ବୁଣା ମଲମଲ କପଡାରେ ଝଲସିଲେଣି ରାମଲାଲା

ସେହି ସମୟରେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ରାମଙ୍କ ମସ୍ତକରେ କିଭଳି ଆସି ପଡିବ ସେଥିପାଇଁ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି। ଏହି ଅଭିନବ ଅଲୌକିକ ପ୍ରୟାସର ଗତକାଲି ଟ୍ରାଏଲ ହୋଇଛି। ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡି ମୁଖମଣ୍ଡଳକୁ କିଭଳି ଦୀପ୍ତିମାନ କରିବ, ସେଥିପାଇଁ ଯୋଜନା ହୋଇଛି। ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି।

Advertisment

ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ