Advertisment

ପାଣିରେ ବୁଡି ମେଡିକାଲ୍ ପହଞ୍ଚିଲେ ଗର୍ଭବତୀ

ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।

Flood Siatution

Flood Siatution

Advertisment

ପ୍ରବଳ ବର୍ଷା କାରଣରୁ ବିହାରରେ ବନ୍ୟା ବିପତ୍ତି ଦେଖାଦେଇଛି। ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ଏହି ବିପଦ ସମୟରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ପାଇଁ ବିପଦରେ ସମ୍ମୁଖୀନ ହୋଇଛନ୍ତି। ବନ୍ୟା ପରିସ୍ଥିତି ଯୋଗୁଁ ମହିଳାଙ୍କୁ ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ ବୁଡି ଡାକ୍ତରଖାନା ପହଞ୍ଚିବାକୁ ପଡିଛି। ଏଭଳି ଅଭାବନୀୟ ଦୃଶ୍ୟ ବିହାରର ଲାଲଗଞ୍ଜ ଠାରେ ଦେଖିବାକୁ ମିଳିଛି। ମହିଳାଙ୍କ ନାମ ହେଉଛି ମମତା। ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କ ସମେତ ତାଙ୍କ ଶାଶୁ ମମତାଙ୍କୁ ନେଇ ପାଣିରେ ବୁଡି ଲାଲଗଞ୍ଜ ରେଫରାଲ ହସପିଟାଲରେ ପହଞ୍ଚିଥିଲେ।

Advertisment

ଲାଲଗଞ୍ଜ ରେଫରାଲ ହସପିଟାଲ ଏକ ସପ୍ତାହ ଧରି ପାଣିଘେରରେ ରହିଛି। ଏଥିପାଇଁ ସେଠାକାର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।

ଏଭଳି ପରିସ୍ଥିତି ଦେଖିବାକୁ ମିଳିବ ବୋଲି ମମତା କଦାପି କଳ୍ପନା କରି ନଥିଲେ। ଏପରି ପରିସ୍ଥିତି ମଙ୍ଗଳବାର୍ ଗାଁର ଏକ ମହିଳା ପିଙ୍କି ଦେବୀଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ତା ପରଦିନ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଭଳି ପରିସ୍ଥିତି ଘଟିବା ପରେ ସରକାର ଏବଂ ମେଡିକାଲ୍ କର୍ତ୍ତୁପକ୍ଷ କେତେ ଦୂର ସଚେତନ ହେଉଛନ୍ତି ତାହା ଦେଖିବାକୁ ରହିଲା। ସରକାରଙ୍କ ଟିକେ ଅବହେଳା କାରଣରୁ ଦୁଇ ଦୁଇଟି ଗର୍ଭବତୀ ମହିଳାଙ୍କ ଜୀବନ ଯାଉ ଯାଉ ବଞ୍ଚିଗଲା।

Advertisment
Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ