/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665315809.jpg)
Nitish Kumar, Prashant Kishor
ଥମୁନି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ । ପରସ୍ପର ମଧ୍ୟରେ ଜାରି ରହିଛି ବୟାନବାଜୀ । ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର । ନୀତୀଶଙ୍କୁ ପରୋକ୍ଷରେ ସେ ବୁଢ଼ା ତଥା ବୟସ୍କ ବୋଲି କହିଛନ୍ତି ।
ନୀତୀଶଙ୍କ ପ୍ରଶ୍ନର ଜବାବରେ ପ୍ରଶାନ୍ତ କହିଛନ୍ତି ଯେ ‘ନୀତୀଶଙ୍କୁ ବୟସ ପ୍ରଭାବିତ କରୁଛି, ତାହା ତାଙ୍କ କଥାବାର୍ତ୍ତାରୁ ପ୍ରତିଫଳିତ ହେଉଛି । ସେ ଏପରି କିଛି ଲୋକଙ୍କ ସହ ଘେରି ଯାଇଛନ୍ତି ଯେ, ଯେଉଁଥିରେ ନିଜ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଏକୁଟିଆ ପଡ଼ିଯାଇଥିବାରୁ ଏପରି କହୁଛନ୍ତି । ସେ କ’ଣ କହୁଛନ୍ତି ତାହା ନିଜେ ବି ଜାଣିପାରୁ ନାହାନ୍ତି’ ।
ପ୍ରଶାନ୍ତ ଆହୁରି କହିଛନ୍ତି ଯେ, ନୀତୀଶ କହିବାନୁଯାୟୀ ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରୁଛି। ପୁଣି ସେ କହୁଛନ୍ତି ମୁଁ କଂଗ୍ରେସ ଆଉ ଜେଡିୟୁକୁ ମିଶ୍ରଣ କରିବାକୁ କହିଥିଲି । ଯଦି ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରିବି ତେବେ କଂଗ୍ରେସ ଓ ଜେଡିୟୁକୁ ମଜଭୁତ କରିବା ପାଇଁ ସେମାନଙ୍କୁ କାହିଁକି ଏକାଠି ହେବାକୁ କହିବି’ ?
ସୂଚନାନୁଯାୟୀ କିଛି ଦିନ ପୂର୍ବେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ୪-୫ ବର୍ଷ ତଳେ ପ୍ରଶାନ୍ତ କିଶୋର ତାଙ୍କୁ କୁଆଡେ କଂଗ୍ରେସ ସହ ମିଶିବା ପାଇଁ ପ୍ରସ୍ତାବ ଦେଇଥିବା ନୀତୀଶ କୁମାର କହିଥିଲେ । କିନ୍ତୁ ଏହି ପ୍ରସ୍ତାବରେ ସେ ରାଜି ହୋଇନଥିଲେ ନୀତୀଶ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)