Advertisment

ଜର୍ମାନୀରୁ ଫେରିଲେ ପ୍ରଜ୍ଜ୍ୱଳ ରେଭାନ୍ନା; ଅଧରାତିରେ ଗିରଫ କଲା SIT ଟିମ୍‌

ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ଗିରଫ କରିଛି ।

ଅଦ୍ୟତନ ହୋଇଛି
Prajwal Revanna Arrested

Prajwal Revanna

Advertisment

ଅଧରାତିରେ ବନ୍ଧା ହେଲେ କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା । ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବେଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ଗିରଫ କରିଛି । ମହିଳା ପୁଲିସ୍‌ କର୍ମୀଙ୍କ ଏକ ଟିମ୍‌ ତାଙ୍କୁ ଧରି ସିଆଇଡି ଅଫିସ ଅଭିମୁଖେ ଚାଲି ଯାଇଥିଲେ । ସେଠାରେ ତାଙ୍କୁ ରାତି ସାରା ପଚରାଉଚରା ହୋଇଥିବା ଜଣାଯାଇଛି। SIT ଟିମ୍‌ ଏୟାରପୋର୍ଟରୁ ପ୍ରଜ୍ଜ୍ୱଳଙ୍କ ସହ ଦୁଇଟି ସୁଟକେଶ୍‌ ବି ନେଇ ଯାଇଥିବା ଜଣାଯାଇଛି।

Advertisment

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଆଜି ମେଡିକାଲ ଟେଷ୍ଟ ନିମନ୍ତେ ସରକାରୀ ହସ୍ପିଟାଲ ନିଆଯିବ । ଏଥିସହ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ସେଠାରେ ପୁଲିସ୍‌ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି ଆକଳନ କରାଯାଉଛି। ଏଥିସହ ଫରେନ୍ସିକ ଟିମ୍‌ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡିଓ ସାମ୍ପଲ ଟେଷ୍ଟ କରାଯିବ । ଫଳରେ ଭାଇରାଲ ସେକ୍ସ ଭିଡିଓରେ ଶୁଣା ଯାଉଥିବା ସ୍ୱର ପ୍ରଜ୍ଜ୍ୱଳଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ।

ଅଧିକ ପଢ଼ନ୍ତୁ: ଭିଡିଓ କଲ୍‌ରେ ମନ୍ତ୍ରୀ କରୁଥିଲେ ଅଶ୍ଲୀଳ କାମ, ମହିଳା କମିଶନ ଅଧ୍ୟକ୍ଷ କହିଲେ ମିଳୁ ଉଚିତ୍ ଦଣ୍ତ

Advertisment

 କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।

ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା। 

Advertisment

ପ୍ରଜ୍ଜ୍ୱଳଙ୍କ ବିରୋଧରେ ୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲେ। ଏପ୍ରିଲ ୨୭ରେ ସେ ଜର୍ମାନୀ ପଳାଇଥିବା ଜଣାପଡ଼ିଥିଲା। ଏସଆଇଟିର ଅନୁରୋଧକ୍ରମେ ଇଣ୍ଟରପୋଲ୍‌‌ ପ୍ରଜ୍ଜ୍ୱଳଙ୍କୁ ଧରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଜରିଆରେ ଏକ ବ୍ଲୁ କର୍ନର ନୋଟିସ ଜାରି କରିଥିଲା। ଏହା ସହିତ ପ୍ରଜ୍ଜ୍ୱଳଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ତାଙ୍କୁ ଆତ୍ମସମର୍ପଣ କରିବା ଲାଗି କହିଥିଲେ। ପ୍ରଜ୍ଜ୍ୱଳ ଏକ ଭିଡିଓ ଜାରି କରି ମେ ୩୧ରେ ହାଜର ହେବା ନେଇ ସୂଚନା ଦେଇଥିଲେ। ତଦନୁଯାୟୀ ରାତି ପ୍ରାୟ ୧୨ଟା ୫୨ରେ ସେ ବେଙ୍ଗାଲୁରୁ ବିମାନବନ୍ଦରରେ ଓହ୍ଲାଇବା ପରେ ପୂର୍ବରୁ ଜଗି ରହିଥିବା ଏସଆଇଟି ତାଙ୍କୁ ନିଜ ହେପାଜତକୁ ନେଇଥିଲା।

Sex Racket Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ