Advertisment

ଭାରତର ପ୍ରଥମ ଦୂର ବାଟକୁ ଭେଦ କରୁଥିବା ରିଭଲବର୍‌ 'ପ୍ରବଳ'

'ପ୍ରବଳ' ହେଉଛି ପ୍ରଥମ ରିଭଲବର୍‌ ଯାହା ସାଇଡ୍‌ ସୁଇଙ୍ଗ୍‌ ସିଲିଣ୍ଡର, ଯାହା ଦ୍ୱାରା ଟ୍ରିଗର୍‌କୁ ମାରିବା ପାଇଁ ସହଜ ହୋଇଥାଏ।

ଅଦ୍ୟତନ ହୋଇଛି
India's First Long-Range Revolver

India's First Long-Range Revolver

Advertisment

ଦୂର ବାଟକୁ ଭେଦ କରୁଥିବା ରିଭଲବର୍‌, ଯାହାର ନାଁ 'ପ୍ରବଳ'। ଭାରତରେ ପ୍ରଥମ ଥର ପାଇଁ ତିଆରି ହୋଇଛି ଅତ୍ୟାଧୁନିକ ରିଭଲବର୍‌ ଯାହା ରାହାର ରେଞ୍ଜ୍ ୫୦ ମିଟର। ଏହା ବଜାରରେ ଉପଲବ୍ଧ ଥିବା ସାଧାରଣ ବନ୍ଧୁକ ଠାରୁ ୨ ଗୁଣା ଦୂର ଭେଦ କରିପାରିବ।

Advertisment

ଏହି ବନ୍ଧୁକ ଆଡଭାନ୍ସଡ୍‌ ୱିପନ୍‌ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ(AWEIL)ଦ୍ୱାରା ମାନ୍ୟୁଫାକ୍ଟର କରାଯାଇଛି। ବଜାରରେ ମିଳୁଥିବା ସବୁ ରିଭଲବର୍‌ ଠାରୁ ଏହା ସବୁଠୁ ବେଷ୍ଟ ବୋଲି ଦାବି କରିଛି  AWEIL।

ବନ୍ଧୁକର ଓଜନ କେତେ ?

ବନ୍ଧୁକର ବ୍ୟାରେଲ ଲମ୍ବ ୭୬ mm ରହିଥିବା ବେଳେ ବନ୍ଧୁକର ଓଜନ କ୍ୟାଟ୍ରେଜ୍‌କୁ ଛାଡ଼ି ୭୦୦ ଗ୍ରାମ ରହିଛି। ବନ୍ଧୁକର ଲମ୍ବ ୧୭୭.୬ mm ରହିଛି।  

Advertisment

ଏହା ଅନ୍ୟଠୁ କିପରି ଭିନ୍ନ ?

'ପ୍ରବଳ' ହେଉଛି ପ୍ରଥମ ବନ୍ଧୁକ ଯାହା ସାଇଡ୍‌ ସୁଇଙ୍ଗ୍‌ ସିଲିଣ୍ଡର, ଯାହା ଟ୍ରିଗର୍‌କୁ ମାରିବା ପାଇଁ ସହଜ ହୋଇଥାଏ। ତେବେ ଆଗରୁ ଆସୁଥିବା ବନ୍ଧୁକ ଟ୍ରିଗର୍‌କୁ ଠେଲିବା କଷ୍ଟକର ହେବା ସହ କ୍ୟାଟ୍ରେଜ୍‌କୁ ଭର୍ତ୍ତି କରି ଫୋଲ୍ଡ କରିବା ବେଳେ କଷ୍ଟକର ହୋଇଥାଏ। କିନ୍ତୁ ଏହାର ବ୍ୟବହାର ଖୁବ୍ ସହଜ ବୋଲି କୁହାଯାଉଛି। ଅଗଷ୍ଟ ୧୮ରୁ କେବଳ ବନ୍ଧୁକ ଲାଇସେନ୍ସ ଧାରୀ ଏହାକୁ କିଣିବା ନେଇ ଆବେଦନ କରିପାରିବେ।   

Advanced Weapons and Equipment India(AWEIL) କାନପୁର ସ୍ଥିତ ଅର୍ମାପୁରରେରେ ଅବସ୍ଥିତ। ଏହାର ୮ଟି ଫ୍ୟାକ୍ଟ୍ରି ରହିଛି, ଯେଉଁଠି ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ତିଆରି କରାଯାଏ। ଏହି ଫ୍ୟାକ୍ଟ୍ରି ୨୦୨୧ରେ ପ୍ରତିଷ୍ଠା କରାଯାଇଥିଲା। 
୨୦୨୩ରେ AWEIL ୬ ହଜାର କୋଟିର ପ୍ରତିରକ୍ଷା ଉପକରଣ ନିର୍ମାଣ କରିଥିଲା। ଏପରିକି ସ୍ଥଳ ସେନା ପାଇଁ ଏହି ଫ୍ୟାକ୍ଟ୍ରିରୁ ୩୦୦ ସରାଙ୍ଗ ବନ୍ଧୁକ ଅର୍ଡର କରାଯାଇଥିଲା। 

Advertisment
Indian Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ