• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ଡାକ ବିଭାଗର ନୂଆ ପ୍ରୟାସ । ଝନଝଟ୍‌ରୁ ମୁକ୍ତି ମିଳିବ । ଘରେ ଘରେ ପହଞ୍ଚିବ ଦୋସା ଓ ଇଡିଲିର  ପିଠଉ । ବେଙ୍ଗାଲୁରୁ ସହରରେ ଏହି ସେବା ଆରମ୍ଭ କରିଛି ଡାକ ବିଭାଗ । ସୋମବାର ଦିନ ସହରର କିଛି ଘରେ ପ୍ରଥମ ବ୍ୟାଚ୍ ପ୍ୟାକେଟ୍ ବିତରଣ କରାଯାଇଛି । ଦକ୍ଷିଣୀ ରାଜ୍ୟ ଗୁଡ଼ିକରେ ଇଡଲି, ଦୋସା ଭଳି ଖାଦ୍ୟର ଚାହିଦା ଅଧିକ ଥିବାବେଳେ ଭବିଷ୍ୟତରେ ଏହି ବ୍ୟବସାୟରେ ବୃହତ ରାଜସ୍ୱକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହୋଇଛି । ତେବେ ଆଗାମୀ ସମୟରେ କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ସେବା ଆଦୃତ ହୋଇପାରିବ ବୋଲି ଆଶା ରଖାଯାଇଛି ।

କର୍ଣ୍ଣାଟକ ସର୍କଲର ମୁଖ୍ୟ ତଥା ପୋଷ୍ଟମାଷ୍ଟର ଜେନେରାଲ (ସିପିଏମଜି) ଏସ ରାଜେନ୍ଦ୍ର କୁମାର କହିଛନ୍ତି, ବେଙ୍ଗାଲୁରୁରେ Hallimane group ପାଇଲଟ ପ୍ରୋଜେକ୍ଟ ଆକାରରେ ପିଠଉ ବିତରଣ ଆରମ୍ଭ କରିଛି । ସୋମବାର ଦିନ ପ୍ରକଳ୍ପ ଆରମ୍ଭ ହେଉହେଉ ତତକ୍ଷଣାତ୍  ପିଠଉ ପାଇଁ ସମୁଦାୟ୨୨ଟି ଅର୍ଡର୍‌ ଆସିଥିଲା । ତେବେ ବୁକିଂ କରିବା ତୁରନ୍ତ ପରେ ହିଁ ପାର୍ସଲ ବିତରଣ ପାଇଁ ଡାକ ବିଭାଗ ଚେଷ୍ଟା କରିବ । ଛୋଟ ଆକାରରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଲୋକପ୍ରିୟତା ହାସଲ କଲେ, ଖାଦ୍ୟ ବ୍ୟବସାୟରେ ଜଡ଼ିତ ବିଭିନ୍ନ କମ୍ପାନୀ ଗୁଡ଼ିକର ପକ୍ଷରୁ ଅଧିକ ସଂଖ୍ୟାରେ ବୁକିଂ ଆସିବ ବୋଲି ଆଶା କରାଯାଉଛି । ଏହା ଡାକ ବିଭାଗ ପାଇଁ ଏକ ଆକର୍ଷଣୀୟ ବ୍ୟବସାୟ ସୁଯୋଗ ମଧ୍ୟ ହୋଇପାରେ ।

ନିୟମିତ ଡାକ ବିତରଣ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଏହି କାର୍ଯ୍ୟ କରିବେ । ଜନସାଧାରଣଙ୍କ ମଧ୍ୟରେ ଏହି ସେବାର ଆଦୃତି ଲାଭ କଲେ ଭବିଷ୍ୟତରେ ଏକ ଉତ୍ସର୍ଗୀକୃତ ଦଳ ଗଠନ କରାଯାଇପାରିବ ବୋଲି ସିପିଏମଜି କହିଛନ୍ତି ।

ଅନ୍ୟପଟେ ଖାଦ୍ୟ ବିତରଣ ଆପ୍ ସହିତ ଏହି ସେବାର କୌଣସି ପ୍ରତିଯୋଗିତା ନାହିଁ ବୋଲି ସେ କହିଛନ୍ତି । ଖାଦ୍ୟ ବିତରଣ ଆପ୍ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । କାରଣ ଡାକ ବିଭାଗ କେବଳ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବ । ତେବେ Hallimane କିମ୍ବା ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକ ଉତ୍ପାଦକୁ ସତେଜ ରହିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବ୍ୟବସ୍ଥା କରିବା ଉଚିତ । ଏପରି ହେଲେ ହେଁ କର୍ଣ୍ଣାଟକ ସହ ଅନ୍ୟ ରାଜ୍ୟକୁ  ପିଠଉ ବିତରଣ କରିବା ଦିଗରେ ଚିନ୍ତା କରିହେବ ।