Advertisment

ରାତି ଅଧରେ ରେଲୱେ ଷ୍ଟେସନ୍‌ରେ ହଙ୍ଗାମା : ମଦୁଆ ପୋଲିସଙ୍କୁ ଚପଲରେ ଛେଚିଲେ ମହିଳା

ଗତକାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍‌ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ଏ‍ବଂ ଝଗଡ଼ା ହୋଇଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
uttar-pradesh

uttar-pradesh

ବହପ ଦେଖାଉଥିଲେ ବାବୁ । ପୋଲିସ୍‌ ବୋଲି କ’ଣ ସାଧାରଣ ଲୋକଙ୍କୁ ଇତର ଜନ୍ତୁ ପରି ବ୍ୟବହାର କରିବ । ହଇରାଣ କରିବାରୁ ମଦୁଆ ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ମହିଳା । ଲକ୍ଷ୍ନୌ ଚାରବାଗ ରେଳ ଷ୍ଟେସନରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ୟୁନିଫର୍ମରେ ଥିବା ଜଣେ ପୋଲିସ୍‌ ବାବୁ ମହିଳା ଓ ପୁରୁଷଙ୍କ ସହ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ତେବେ ଭିଡିଓ ମାଧ୍ୟମରେ ପୀଡିତା ଦମ୍ପତିଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ସାଧାରଣ ଜନତା ।

Advertisment

ଗତକାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନ୍‌ରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚାଇଛନ୍ତି । ଖାକି ବର୍ଦ୍ଦିର ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନିଜ ଜିନିଷପତ୍ର ଉଠାଇବାକୁ ଚାହୁଁଥିଲେ। ହେଲେ ବ୍ୟକ୍ତି ଜଣକ ଜିନିଷ ଉଠାଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ଏ‍ବଂ ଝଗଡ଼ା ହୋଇଥିଲା । ବ୍ୟକ୍ତି ଜଣଙ୍କୁ ସେ ବାଡ଼ି ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ତେବେ SHO ଆରପିଏଫର ଜଣେ ମହିଳା ଝଗଡ଼ାର ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମଦୁଆ ବାବୁ କିଛି ଶୁଣିନଥିଲେ ।

Advertisment

ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତିଙ୍କ କଲର୍ ଧରି ପୋଲିସ ବାବୁ ଟଣାଓଟରା କରୁଛନ୍ତି । ମାଡ଼ ମାରିବା ସହ ବାଡି ଧରି ତାଙ୍କ ଆଡ଼କୁ ଝପଟି ପଡ଼ୁଛନ୍ତି । ତେବେ ସ୍ୱାମୀଙ୍କୁ ମାରିବା ପରେ ସେଠାରେ ଉପସ୍ଥିତ ମହିଳା ଜଣକ ଚପଲରେ ପୋଲିସକୁ ମାଡ ମାରୁଛନ୍ତି ଏବଂ ପୋଲିସ୍ ମହିଳାଙ୍କୁ ଜୋରରେ ଠେଲି ଦେଉଛନ୍ତି । ସେପଟେ ବ୍ୟକ୍ତି ଜଣକ ପୋଲିସର ବାଡି ଟାଣିବା ସହ ପୋଲିସ୍ ମୋ ପିଲାଙ୍କ ହାତ ଭାଙ୍ଗି ଦେଇଛନ୍ତି ବୋଲି କହୁଛନ୍ତି ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତରପ୍ରଦେଶ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗକୁ ନିର୍ଦ୍ଦେଶ ଦେଇଛି । ସେହିପରି ମହିଳାଙ୍କ ସହ ଅସଦାଚରଣ କରିଥିବା ଏହି ପୋଲିସ୍ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସାଧାରଣରେ ଦାବି କରାଯାଇଛି ।

Special Story
Advertisment
Advertisment