Advertisment

ବବି କଟାରିଆଙ୍କ ଦାଦାଗିରି; ଟ୍ରାଫିକ୍‌ ରୋକି ମଦ ପିଇଲେ

ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

author-image
Manoranjan Behera
ଅଦ୍ୟତନ ହୋଇଛି
Bobby Kataria

Bobby Kataria

ପୁଣି ଚର୍ଚ୍ଚାରେ ସୋସିଆଲ ମିଡିଆ ଇନ୍‌ପ୍ଲୁଏନ୍ସର୍‌ ବବି କଟାରିଆ । ଖୁବ ଶୀଘ୍ର ତାଙ୍କୁ ଉତ୍ତରାଖଣ୍ତ ପୋଲିସ ଗିରଫ କରିପାରେ । ବିଚ୍‌ ରାସ୍ତାରେ ମଦ ପିଇବା ଓ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଡେରାଡୁନ୍‌ ପୋଲିସ ତାଙ୍କୁ ଗିରଫ କରିପାରେ । କିଛିଦିନ ପୂର୍ବେ ସ୍ପାଇସ୍‌ଜେଟ୍‌ ବିମାନରେ ନିୟମ ଭାଙ୍ଗି ସିଗାରେଟ୍‌ ଟାଣୁଥିବାରୁ ତାଙ୍କ ନାରେ ମାମଲା ରୁଜୁ ହୋଇଥିଲା ।

Advertisment

ଗୁଡ଼ଗାଓଁରେ ରହୁଥିବା ବବି କଟାରିଆଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି । ଆଇପିସି ଓ ଆଇଟି ଆକ୍ଟ ଅଧିନରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । SHO ରାଜେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, ଜିଲ୍ଲା କୋର୍ଟରୁ ବବି କାଟାରିଆଙ୍କ ବିରୋଧରେ ପୋଲିସ ଜାମିନ ବିହୀନ ୱାରେଣ୍ଟ ପାଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ ବବିଙ୍କ ଗିରଫ ପାଇଁ ହରିୟାଣା ଏବଂ ଅନ୍ୟାନ୍ୟ ସ୍ଥାନକୁ ପୋଲିସ ପଠାଯାଇଛି।

ନିକଟରେ ସ୍ପାଇସଜେଟ୍ ବିମାନରେ ଧୂମପାନ କରୁଥିବା ଅଭିଯୋଗ ହେବା ପରେ ବବି କାଟାରିଆ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ । ଏହି ମାମଲାରେ ବବିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏୟାରଲାଇନ୍ସ କହିଛି । ଫେବୃଆରୀ ୨୦୨୨ ରେ ତାଙ୍କୁ ୧୫ ଦିନ ପାଇଁ ବିମାନ ଉଡ଼ାଣ ତାଲିକାରୁ ବାଦ ଦିଆଯାଇଥିଲା ।

Advertisment
Bobby KatariaBobby Kataria

ତେବେ ବବି କଟାରିଆ ଭାବେ ଜଣାଶୁଣା ଅଭିଯୁକ୍ତ ବଲୱିନ୍ଦର କାଟାରିଆ କହିଥିଲେ ଯେ, ଏହା ଏକ ଡମି ବିମାନ ଥିଲା ଏବଂ ଦୁବାଇରେ ଚାଲିଥିବା ସୁଟିଂର ଏକ ଅଂଶ ବୋଲି ଦାବି କରିଛନ୍ତି।

Viral Video
Advertisment
Advertisment