• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଚଣ୍ଡ ରୌଦ୍ରତାପରେ ଶୋଷିଲାକୁ ପାଣି ପିଆଇବା କୌଣସି ପୂଣ୍ୟ କାମ ଠାରୁ କମ ନୁହେଁ । ଏପ୍ରିଲ ମାସ ଆରମ୍ଭ ହେଉ ହେଉ ସୂର୍ଯ୍ୟଦେବଙ୍କ ପ୍ରକୋପ ଦେଖାଗଲାଣି । ପାଟି ଟୋପାଏ ପାଇଁ ନୀରିହ ପଶୁଜନ୍ତୁ ଡହଳବିକଳ ହେଉଛନ୍ତି । ଆଉ ଏହାରି ଭିତରେ ଏକ ଭିଡିଓ ଭାଇରାଲ୍ ହେଉଛି । ମହାରାଷ୍ଟ୍ରରେ ଜଣେ ପୋଲିସ୍‌ କର୍ମୀ ଶୋଷରେ ଆଉଟୁପାଉଟୁ ହେଉଥିବା ମାଙ୍କଡ଼କୁ ପାଣି ପିଆଉଥିବା ଦେଖିବାକୁ ମିଳୁଛି । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଥିବା ମାଲସେଜ ଘାଟରେ ନିକଟସ୍ଥ ଜଙ୍ଗଲରେ ଥିବା ପଶୁଙ୍କ ପାଇଁ ଅନେକ ବୋତଲ ପାଣି ନେଉଥିବା ଦେଖିବାକୁ ମିଳୁଛି ।

ଭିଡିଓରେ ଦେଖିବାକୁ ମିଳୁଛି ମାଙ୍କଡ଼ଟି ପୋଲିସ ବାବୁଙ୍କ ହାତରେ ଥିବା ପାଣି ବୋତଲକୁ ଦେଖି ଦଉଡ଼ି ଆସୁଛି । ବିନା ଭୟରେ ଟ୍ରାଫିକ୍‌ ପୋଲିସ୍‌ଙ୍କ ପାଖରେ ହାଜର ହୋଇଯାଉଛି । ପାଣି ଟୋପାଏ ପାଇଁ କେତେବେଳୁ ଯେ ସ ଅପେକ୍ଷା କରିଥିବା ତା ହାବଭାବରୁ ଜଣାପଡ଼ୁଛି । ତେବେ ଖାକି ବର୍ଦ୍ଦି ତଳେ ଥିବା କଠୋର ହୃଦୟକ ଏ ଦୃଶ୍ୟ ଦେଖି ତରଳି ଯାଇଛି । ଟ୍ରାଫିକ୍‌ ପୋଲିସ୍‌ ଜଣକ ନିଜ ହାତରେ ମାଙ୍କଡ଼କୁ ପାଣି ପିଆଇ ଦେଉଛନ୍ତି । StreetDogsofBombay ନାମକ ଏକ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଭିଡିଓକୁ ସେୟାର କରାଯାଇଛି ।

 
 
 
 
 
 
 
 
 
 
 
 
 
 
 

A post shared by StreetdogsofBombay (@streetdogsofbombay)

ପୋଷ୍ଟର କ୍ୟାପସନ ଭାରି ହୃଦୟସ୍ପର୍ଶୀ

ଏହି ପୋଷ୍ଟର କ୍ୟାପସନରେ ଲେଖା ହୋଇଛି 'ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ନିରୀହ ପ୍ରାଣୀ ପ୍ରତି ଦୟା ପାଇଁ ମହାରାଷ୍ଟ୍ର ପୋଲିସକୁ ଶତ ଶତ ପ୍ରଣାମ ଓ ଧନ୍ୟବାଦ ଜଣାଇଛନ୍ତି ଲୋକେ । ଡହଡହ ଖରାରେ ଛୋଟ ଜୀବଜନ୍ତୁ ବଞ୍ଚିବାର ରାହା ଖୋଜୁଛନ୍ତି । ତେଣୁ ଦୟାକରି ଘର ବାହାରେ ପାଣି ପାତ୍ର ଟିଏ ରଖନ୍ତୁ ବୋଲି ଅନୁରୋଧ କରାଯାଇଛି । ଏହା ବ୍ୟତୀତ ବୁଲାବୁଲି ସମୟରେ ଦୋକାନ / ହୋଟେଲ ନିକଟରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ପଶୁପକ୍ଷୀଙ୍କୁ ବଳିବାରଖାଇବା ନିହାତି ଦିଅନ୍ତୁ ବୋଲି ୟୁଜର କହିଛନ୍ତି ।

ଇଣ୍ଟରନେଟରେ ଭାଇରାଲ ହେଉଛି ଭିଡିଓ

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାସହ ପୋଲିସ କର୍ମଚାରୀର ଦୟା ଏବଂ କରୁଣାରେ ଲୋକମାନେ ପ୍ରଭାବିତ ହୋଇଛନ୍ତି । ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହି ଭିଡିଓ ହୃଦୟସ୍ପର୍ଶୀ ଅଟେ।' ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ପଶୁକୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ।