Special story
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍ ଆକାଉଣ୍ଟ୍ କରି ବନ୍ଧାହେଲେ ଯୁବକ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ନାଁରେ ନକଲି ଟ୍ୱିଟର ଆକାଉଣ୍ଟ ତିଆରି କରିଥିବା ଜଣେ ଇଞ୍ଜିନିୟରଙ୍କୁ ଗ୍ରେଟର ନୋଏଡାରୁ ଗିରଫ କରିଛି ପୋଲିସ । ସେ ନକଲି ଆକାଉଣ୍ଟ ଟ୍ୱିଟର ଆଉକାଉଣ୍ଟରୁ ଟୁଇଟ୍ କରି ପୋଲିସ୍କୁ ଭୁଆଁ ବୁଲାଇଥିଲା । ଗିରଫ ହେବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ସାଇବର ଟିମ୍ ।
ଅଭିଯୁକ୍ତ ଶୈଲେନ୍ଦ୍ର ଶୁକ୍ଲା ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବରେ କାର୍ଯ୍ୟରତ । ସେ ନିବଂସ ସୋସାଇଟିରେ ରହୁଥିଲେ । କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ ଝିଅଙ୍କ ନାମରେ ଏକ ଟୁଇଟର ଆକାଉଣ୍ଟ ଖୋଲି ପଡ଼ୋଶୀଙ୍କ ଘରେ ବେଆଇନ ହୁକ୍କା ବାର ଚାଲୁଥିବା କହି ଟୁଇଟ୍ ଜରିଆରେ ପୋଲିସକୁ ଜଣାଇଥିଲା । ତେବେ ଟୁଇଟ୍ ଦେଖିବା ପରେ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାର ତନାଘନା କରିଥିଲା । ହେଲେ ଫ୍ଲାଟରୁ ପୋଲିସ୍କୁ କିଛି ମିଳିନଥିଲା, ଆଉ ଏହା ମିଥ୍ୟା ବୋଲି ଜଣାପଡ଼ିଲା ।
ଏହା ପରେ ପୋଲିସ ଟ୍ୱିଟର ଆକାଉଣ୍ଟ ଯାଞ୍ଚ ଆରମ୍ଭ କରିଥିଲା । ​​ ଅଭିଯୁକ୍ତ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ନାମରେ ଏକ ନକଲି ଟ୍ୱିଟର ଆକାଉଣ୍ଟ ତିଆରି କରିଥିବା ଜାଣିବାକୁ ମିଳିଥିଲା । ଆଉ ସେହି ଆକାଉଣ୍ଟରୁ ହିଁ ହୁକ୍କା ବାର୍ ସମ୍ବନ୍ଧରେ ଟୁଇଟ୍ କରାଯାଇଥିଲା । ଏକଥା ଜଣାପଡ଼ିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ତା ନିକଟରୁ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି । ଅଭିଯୁକ୍ତ ପୂର୍ବରୁ ବି ଏପରି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)