Advertisment

ପାଣି ପାଇଁ ହାହାକାର; ହେଲେ ବିକ୍ଷୋଭକାରୀଙ୍କ ଉପରେ ପାଣିମାଡ଼ କଲା ପୋଲିସ

ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି।

ଅଦ୍ୟତନ ହୋଇଛି
Police use water cannon on protesters

Police use water cannon on protesters

Advertisment

ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ଟୋପେ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ କରିଛି ପୋଲିସ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ଶନିବାର ନେତା ରମେଶ ବିଧୁରୀ ଓଖଲାର ଜଳବୋର୍ଡର ଫିଲିଂ ପମ୍ପରେ ବିରୋଧ ପ୍ରଦର୍ଶନ କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପାଣି ଟ୍ୟାଙ୍କର ଆଣି ବର୍ଷା କରିଥିଲା। ଦିଲ୍ଲୀରେ ପାଣିପାଇଁ ହାହାକାର ପରିସ୍ଥିତି ଲାଗି ରହିଥିବା ବେଳେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ପାଣି ପକାଇ ବିଦା କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଏକ ବିଡମ୍ବନାର ବିଷୟ ବୋଲି କୁହାଯାଉଛି। ଏହାର ଭିଡିଓ ଭାଇରାଲ୍ ହେବାପରେ ସୋସିଆଲ୍ ମିଡିଆରେ କମେଣ୍ଟ କରୁଛନ୍ତି ୟୁଜର୍ସ।

ଜଣେ ୟୁଜର୍ କମେଣ୍ଟ କରିଛନ୍ତି: 'ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି, ତଥାପି ପୋଲିସ ବିକ୍ଷୋଭକାରୀଙ୍କ ଉପରେ ପାଣି ସ୍ପ୍ରେ କରୁଛି।' ଅନ୍ୟ ଜଣେ ୟୁଜର୍ ଏହି ଘଟଣା ଉପରେ ମନ୍ତବ୍ୟ ଦେଇଛନ୍ତି: "ଦିଲ୍ଲୀରେ ଜଳ ଅଭାବ ଏବଂ ପୋଲିସ ପାଣି ସ୍ପ୍ରେ କରୁଛି – ଏହା ବିଡମ୍ବନାର ବିଷୟ।

Advertisment

ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି। ଦିଲ୍ଲୀରେ ୧୦୦ MGD ଜଳର ଅଭାବ ଦେଖାଦେଇଛି । ଦିଲ୍ଲୀକୁ ହରିୟାଣାରୁ ୧୦୦ MGD ପାଣି କମ୍ ମିଳୁଛି । ଏହାର ଅର୍ଥ ୨୮ ଲକ୍ଷ ଲୋକଙ୍କୁ କମ୍ ପାଣି ମିଳୁଛି । ଏହି ଅନଶନର ଉଦ୍ଦେଶ୍ୟ ହେଉଛି ହରିୟାଣା ସରକାରଙ୍କ ଉପରେ ପାଣି ପାଇଁ ଚାପ ପକାଇବା।

Advertisment

ସୂଚନାଯୋଗ୍ୟ ଯେ ଦିଲ୍ଲୀବାସୀ ମାସ ମାସ ଧରି ଜଳସଂକଟ ସମସ୍ୟା ଭୋଗୁଛନ୍ତି। ନିକଟରେ ଜଳ ସଙ୍କଟର ମୁକାବିଲା ପାଇଁ ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ଯୋଗାଣ କରିବାକୁ କରିବାକୁ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବି ବଢିବାରେ ଲାଗିଛି । ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ଆଉ ଏତିକି ବେଳେ ଜଳ ସଂକଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।

Water Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ