Advertisment

ବ୍ୟବସାୟୀଙ୍କ ପାଖରେ ୫ ଲକ୍ଷ ଟଙ୍କା ଦେଖି ଲୋଭେଇଗଲେ ପୋଲିସ ବାବୁ, ଫନ୍ଦିଫିକର କରି ଲୁଟିନେଲେ...

ଯାଞ୍ଚ କରୁକରୁ ହାବୁଡ଼ରେ ପଡ଼ିଗଲେ ଜଣେ ବ୍ୟବସାୟୀ। ତାଙ୍କ ଗାଡ଼ି ଗାଡ଼ି ଚେକ୍ କରୁ କରୁ ଗାଡ଼ି ଭିତରେ ୫ ଲକ୍ଷ ଟଙ୍କା ଥିବା ପୋଲିସ ବାବୁ ଜାଣିପାରିଲେ। ବାସ୍, ଏଇଠୁ ଆରମ୍ଭ ହେଲା ଅସଲ ଖେଳ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Police arrested for looting from businessman in Kanpur

Police arrested for looting from businessman in Kanpur

୩ ପୋଲିସ୍ ବାବୁ ରାସ୍ତାରେ ପଇଁତରା ମାରୁଥିଲେ। ଦୁଇଜଣ ଥିଲେ ସାଦା ପୋଷାକରେ ଆଉ ଜଣେ ଥିଲେ ପୋଲିସ ପୋଷାକରେ। ଉଦ୍ଦେଶ୍ୟ ଥିଲା ବିନା ପରମିଟରେ ଚାଲୁଥିବା ଗାଡ଼ିମୋଟର ଯାଞ୍ଚ କରିବା। ଏମିତି ଯାଞ୍ଚ କରୁକରୁ ହାବୁଡ଼ରେ ପଡ଼ିଗଲେ ଜଣେ ବ୍ୟବସାୟୀ। ତାଙ୍କ ଗାଡ଼ି ଗାଡ଼ି ଚେକ୍ କରୁ କରୁ ଗାଡ଼ି ଭିତରେ ୫ ଲକ୍ଷ ଟଙ୍କା ଥିବା ପୋଲିସ ବାବୁ ଜାଣିପାରିଲେ। ବାସ୍, ଏଇଠୁ ଆରମ୍ଭ ହେଲା ଅସଲ ଖେଳ।

Advertisment

ଟଙ୍କା ଦେଖି ପୋଲିସ ବାବୁଙ୍କର ଲୋଭ ହେଲା। ବିଭିନ୍ନ ଆଳ ଦେଖାଇ ସଂପୃକ୍ତ ବ୍ୟବସାୟୀଙ୍କୁ ଜେରା କରିବା ପରେ ସେ ସବୁ କାଗଜପତ୍ର ଦେଖାଇଥିଲେ ମଧ୍ୟ ପୋଲିସ ବାବୁ ଜମା ସନ୍ତୁଷ୍ଟ ହୋଇନଥିଲେ। ସେମାନେ ଯେନତେନ ପ୍ରକାରେ ବ୍ୟବସାୟୀଙ୍କୁ ଭୁଲ୍ ପ୍ରମାଣିତ କରିବା ସହ ଏହା ଜୁଆଖେଳରେ ଲାଗିଥିବା ଟଙ୍କା ବୋଲି ଆରୋପ ଲଗାଇଥିଲେ। 

ପରେ ପରେ ୩ ପୋଲିସ ବାବୁ ଏହି ଟଙ୍କାକୁ ଜବତ କରିବା ସହ ଏକଥା ବାହାରେ ପ୍ରକାଶ କଲେ ଗିରଫ କରାଯିବ ବୋଲି ସଂପୃକ୍ତ ବ୍ୟବସାୟୀଙ୍କୁ ଧମକ ଦେଇଥିଲେ। ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ଏହି ଘଟଣା ପୋଲିସର ସାଧୁତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

Advertisment

ତେବେ ଟଙ୍କା ଜବତ ହେବା ପର ଦିନ ସଂପୃକ୍ତ ବ୍ୟବସାୟୀ ସଚ୍ଚେନ୍ଦୀ ଥାନାରେ ଘଟଣା ବାବଦରେ ଜଣାଇଥିଲେ। ଦାୟିତ୍ୱରେ ଥିବା ଥାନା ଅଧିକାରୀ ଘଟଣାର ତଦନ୍ତ କରିବା ପରେ ପୋଲିସ ବାବୁ ଜାଣିଶୁଣି ସଂପୃକ୍ତ ବ୍ୟବସାୟୀଙ୍କୁ ହଇରାଣ କରିଥିବା ଜଣାପଡ଼ିଥିଲା। 

ଖବର ପାଇ କାନପୁର ପୋଲିସ କମିଶନର ଅଭିଯୁକ୍ତ ୩ ପୋଲିସ ବାବୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ କ୍ରମେ ସେମାନଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି। ଘଟଣାର ତଦନ୍ତ ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। 

Police Loot
Advertisment
Advertisment