Advertisment

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମା ଉନ୍ମୋଚିତ

ନେତାଜୀଙ୍କ ଏହି ପ୍ରତିମା ଆଗାମୀ ପିଢ଼ିଙ୍କୁ ପରାକ୍ରମ, ଦେଶଭକ୍ତି ଓ ବଳିଦାନର ପ୍ରେରଣା ଦେବ।

Netaji Statue

Netaji Statue

Advertisment

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ, ଇଣ୍ଡିଆ ଗେଟ୍‌ରେ ଉନ୍ମୋଚିତ ହେଲା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହୋଲୋଗ୍ରାମ୍ ଷ୍ଟାଚ୍ୟୁକୁ ଉନ୍ମୋଚନ କରିବା ସହ ଖୁବଶୀଘ୍ର ସେହି ସ୍ଥାନରେ ଗ୍ରାନାଇଟ୍‌ର ବିଶାଳ ପ୍ରତିମା ସ୍ଥାନ ପାଇବ ବୋଲି କହିଛନ୍ତି।

Advertisment

ଏହି ଅବସରରେ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ବଣ୍ଟନ କରିଛନ୍ତି ମୋଦି। ୨୦୧୯, ୨୦, ୨୧ ଓ ୨୦୨୨ ପାଇଁ ୭ଟି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନେତାଜୀଙ୍କ ଏହି ପ୍ରତିମା ଆଗାମୀ ପିଢ଼ିଙ୍କୁ ପରାକ୍ରମ, ଦେଶଭକ୍ତି ଓ ବଳିଦାନର ପ୍ରେରଣା ଦେବ।

ନେତାଜୀଙ୍କ ଜୟନ୍ତୀ ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ଆଜି ୭ଟି ପୁରସ୍କାର ପ୍ରଦାନ କରାଯିବ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ।

Advertisment

ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବାକୁ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ଓଡ଼ିଆ ଶିଳ୍ପୀ ଅଦ୍ୱୈତ ଗଡ଼ନାୟକ। ନେତାଜୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ ରହିବ।  ଏହା ରାଇସିନା ହିଲ୍‌ରୁ ସିଧା ଓ ସ୍ପଷ୍ଟ ଭାବେ ଦେଖାଯିବ। ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ତେଲେଙ୍ଗାନାରୁ ପଥର ଅଣାଯାଇଛି। ଏହି ପଥରର କ୍ୱାଲିଟିକୁ ଜେଟ୍ ବ୍ଲାକ୍ କୁହାଯାଉଛି।

Netaji Jayanti India Gate Subhash Chandra Bose
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ