• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଜର ଗାଡ଼ି ନାହିଁ କି ଜମି ନାହିଁ । ତଥାପି ବର୍ଷରେ ମୋଦିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬ ଲକ୍ଷରୁ ଅଧିକ ବଢ଼ିଛି । ସଦ୍ୟ ପ୍ରକାଶିତ ସଂପତ୍ତି ତାଲିକା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ମୋଟ ସଂପତ୍ତି ରହିଛି ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିବା ସମ୍ପତ୍ତି ବ୍ୟାଙ୍କ ଡିପୋଜିଟ୍‌ ଆକାରରେ ଜମା ହୋଇଛି । ମୋଦିଙ୍କ ପାଖରେ ଅଛି ନଗଦ ୩୫ ହଜାର ଟଙ୍କା । ପିଏମ୍ଓ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସଂପତ୍ତି ତାଲିକାରେ ଏହି ତଥ୍ୟ ଦିଆଯାଇଛି ।

ମୋଦିଙ୍କ ସମ୍ପତ୍ତି ମଧ୍ୟରୁ ମୁଖ୍ୟତଃ ତାଙ୍କର ବ୍ୟାଙ୍କ୍ ଡିପୋଜିଟ୍ ହିଁ ରହିଛି । ତାଙ୍କର କୌଣସି ଅସ୍ଥାବର ସଂପତ୍ତି ନାହିଁ । ପ୍ରଧାନମନ୍ତ୍ରୀଙ୍କ କୌଣସି ଜମି ନାହିଁ କି ନିଜର ଗାଡ଼ି ନାହିଁ । ତାଙ୍କ ଭାଗରେ ଥିବା ଗୁଜରାଟ ଗାନ୍ଧୀନଗରର ଏକ ଜମିକୁ ମୋଦି ପୂର୍ବରୁ ଦାନ କରି ସାରିଛନ୍ତି । ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଏହି ସଂପତ୍ତି କିଣିଥିଲେ ।

୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ପାଖରେ ୧,୯୭,୬୮,୮୮୫ ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଏବେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଅଧିକ ରହିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ମୋଟ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨,୨୩,୮୨,୫୦୪ ଟଙ୍କା।

କୌଣସି ମ୍ୟୁଚୁଆଲ୍ ଫଣ୍ଡ, ବଣ୍ଡ୍ କିମ୍ବା ସେୟାରରେ ମଧ୍ୟ ପ୍ରଧାନମନ୍ତ୍ରୀ ନିବେଶ କରିନାହାନ୍ତି । ମୋଦିଙ୍କର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧ ଲକ୍ଷ ୭୩ ହଜାର ଟଙ୍କା । ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କର ଏହି ସଂପତ୍ତି ଥିବା ଜଣାପଡ଼ିଛି ।