Advertisment

ଖୁବ୍ ଶୀଘ୍ର ମୋଦି 3.0; ୮ ନୁହେଁ ୯ରେ ନେବେ ଶପଥ...

ଆସନ୍ତା ୯ ତାରିଖରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୮ ତାରିଖରେ ନୁହେଁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।

ଅଦ୍ୟତନ ହୋଇଛି
PM Narendra Modi To Take Oath On June 9

PM Narendra Modi

Advertisment

ଦେଶରେ ଆରମ୍ଭ ହେବ ମୋଦି 3.O। ଆସନ୍ତା ୯ ତାରିଖରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ୮ ତାରିଖରେ ନୁହେଁ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ। ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବି ଶପଥ ନେବ। ତେଣୁ ଏବେ ଆରମ୍ଭ ହୋଇ ଯାଇଛି କିଏ କିଏ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ଏଥର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରରେ ଅଧିକ ଗୁରୁତ୍ବ ମିଳିପାରେ।

Advertisment

ଆନ୍ଧ୍ରରୁ ଚନ୍ଦ୍ରବାବୁ ନାଇଡୁ ଓ ବିହାରରୁ ନୀତୀଶ କୁମାର ବି ନିଜ ନିଜ ଦାବି ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି । ମିଳିଥିବା ସୂଚନା ମୁତାବକ ଉଭୟ ନେତା ବାଚସ୍ପତି ଓ ତିନିଟି ମନ୍ତ୍ରୀ ପାଇଁ ଦାବି କରୁଛନ୍ତି। ତେଣୁ ସମୟ ଯେତେ ବଢ଼ୁଛି କଳ୍ପନାଜଳ୍ପନା ବି ସେତିକି ବଢ଼ିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ମୋଦିଙ୍କ ପାଖେ ମନ୍ତ୍ରୀପଦ ପାଇଁ ଅଳି; ନାଇଡୁ କହୁଛନ୍ତି ୫, ନୀତୀଶ କହୁଛନ୍ତି ୨!

Advertisment

ସେପଟେ ଶପଥ ଗ୍ରହଣରେ ସାମିଲ ହେବାକୁ ବାଂଲାଦେଶ, ଶ୍ରୀଲଙ୍କା, ନେପାଳରୁ ରାଜ୍ ଅତିଥି ଭାରତକୁ ଆସିବେ। ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ ହେଲାଣି। ମୋଦି ପ୍ରଥମ ଥର ପାଇଁ ୨୬ ମେ’ ୨୦୧୪ରେ ଓ ୩୦ ମେ’ ୨୦୧୯ରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Advertisment

ଅନ୍ୟପଟେ ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତାକାଲି ଏନଡିଏ ସାଂସଦଙ୍କ ବୈଠକ ପରେ ସମସ୍ତ ସହଯୋଗୀ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ।

ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ । ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ । ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ନେତା ଆସନରେ ବସିବେ ତ ନବୀନ?

Narendra Modi BJP PM Narendra Modi Oath Taking Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ