ସୁନାରେ ତିଆରି ହେଲା ମୋଦିଙ୍କ ମୂର୍ତ୍ତି, ଦେଖିବାକୁ ଖୁବ୍‌ ଆକର୍ଷଣୀୟ

ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି ।

Narendra Modi

ସୁନାରେ ମୋଦି । ୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଯେତେ ଆକର୍ଷଣୀୟ, ସେତେ ମୂଲ୍ୟବାନ ମଧ୍ୟ । ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪ ଇଞ୍ଚ୍ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବାକୁ ଲାଗିଛି ୩ ମାସ ସମୟ ।

୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତ୍ତିରେ ଅନେକ ବିଶେଷତ୍ୱ ରହିଛି । ପ୍ରତିମୂର୍ତ୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି । ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୧୫ଜଣ କାରିଗର । ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି ।