Advertisment

‘ମନ୍ କି ବାତ୍‌’ରେ ଓଡ଼ିଆ ଦମ୍ପତିଙ୍କୁ ମୋଦିଙ୍କ ପ୍ରଶଂସା

ଆଜି ୧୧୦ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି।

Mann Ki Baat

Mann Ki Baat

Advertisment

ମନ୍ କି ବାତ୍‌ରେ ପୁଣି ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୧୧୦ ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଆ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି ମୋଦି। ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଛେଳି ପାଳନ କରି କିଭଳି କରି ସଫଳ ହୋଇପାରିଛନ୍ତି। କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଉଭୟେ ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିଲେ। ସେମାନେ କଳାହାଣ୍ଡି ସାଲେଭଟା ଗାଁରେ ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀଙ୍କୁ ସଶକ୍ତ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି ମୋଦି। ମାଣିକସ୍ତୁ ଗୋଟ୍ ବ୍ୟାଙ୍କ କରି ସେମାନେ ଗ୍ରାମବାସୀଙ୍କୁ ଛେଳିପାଳନ ପାଇଁ ଉତ୍ସାହିତ କରିଛନ୍ତି। ଏବେ ୫୦ଟି ଗାଁର ପ୍ରାୟ ୧ ହଜାର ଲୋକେ ସେମାନଙ୍କ ଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିଥିବା ମୋଦି ମନ୍ କି ବାତ୍‌ରେ କହିଛନ୍ତି।

Advertisment

ସେହିପରି ସେ ଆଜିର ମନ୍‌ କୀ ବାତ୍‌ରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍‌ କି ବାତ୍‌ ବନ୍ଦ ରହିବ ବୋଲି ସେ କହିଛନ୍ତି। ୧୧୦ତମ ମନ୍‌ କି ବାତ୍‌ରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରୁ ନିର୍ବାଚନ ଆଚରଣବିଧି ଲାଗୁ ହେବ, ତେଣୁ ବନ୍ଦ ରହିବ। ୧୧୧ତମ ଏପିସୋଡ୍‌ ୩ ମାସ ପରେ ଶୁଭାରମ୍ଭ ହୋଇପାରେ। ଏହି ସମୟରେ ମନ୍‌ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Mann Ki Baat Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ