Bundelkhand Expressway
ଉଦଘାଟିତ ହୋଇଛି ବହୁପ୍ରତିକ୍ଷିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲୋନରେ ୨୯୬ କିଲୋମିଟର୍ ଏହି ୪ ଲେନ୍ ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଏତେ ବଡ଼ ରାସ୍ତା ନିର୍ଦ୍ଧାରିତ ସମୟର ୮ ମାସ ପୂର୍ବରୁ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହୋଇଛି ।
ଏହାର ଉଦଘାଟନ ୨୯ ଫେବୁଆରୀ ୨୦୨୦ରେ ଶିଳ୍ୟାନାସ କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାମ ଫେବ୍ରୁଆରୀ ମଧ୍ୟ ଭାବ ବେଳକୁ ସରିଥାନ୍ତା, କିନ୍ତୁ ୮ ମାସପୂର୍ବରୁ ଏକ୍ସପ୍ରେସ୍ ୱେ ପ୍ରସ୍ତୁତ ହୋଇ ଲୋକଙ୍କ ପାଇଁ ସମର୍ପଣ କରାଯାଇଛି । ଆଜି ଏହାର ଉଦଘାଟନ ପରେ ଏହାକୁ ଦେଶବାସୀ ତଥା ଉତ୍ତରପ୍ରଦେଶ ଲୋକଙ୍କ ପାଇଁ ଉପହାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ୟୁପିର ବିକାଶ ତଥା ବୁନ୍ଦେଲଖଣ୍ଡ ଲୋକଙ୍କ ଉନ୍ନତିରେ ଏହା ଏକ ବଡ଼ ସହାୟ ହେବ ବୋଲି ମୋଦି କହିଛନ୍ତି । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ୱେ ପାଇଁ ଖର୍ଚ୍ଚ ହୋଇଛି ୧୪ ହଜାର ୮୫୦ କୋଟି ଟଙ୍କା । ଏହି ରାସ୍ତାରେ ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂ ଓ ମୋବାଇଲ୍ ଆମ୍ବୁଲାନସ ବ୍ୟବସ୍ଥା ରହିବ । ଏକ୍ସପ୍ରେସ୍ ୱେର ଦୁଇ ପଟେ ଅତିରିକ୍ତ ଜମି ରହିଛି ଯାହା ଦ୍ୱାରା ରାସ୍ତା ସମ୍ପ୍ରସାରଣ ଭବିଷ୍ୟତରେ ହୋଇପାରିବ ।
ପୂର୍ବରୁ ଚିତ୍ରକୋଟରୁ ଦିଲ୍ଲୀ ୭୦୦ କିଲୋମିଟର ଯିବାକୁ ୧୨ରୁ ୧୪ ଘଣ୍ଟା ଲାଗୁଥିଲା । ଏବେ ଏହି ଏକ୍ସପ୍ରେସ୍ ୱେ ଦ୍ୱାରା ମାତ୍ର ୬ ଘଣ୍ଟାରେ ଦିଲ୍ଲୀ ପହଞ୍ଚି ହେବ । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେରେ ୮ଟି ବଡ଼ ନଦୀ, ୨୫୦ରୁ ଛୋଟ ବଡ଼ ପୋଲ୍, ୪ଟି ରେଳ ଓଭର ବ୍ରିଜ୍, ୧୫ରୁ ଅଧିକ ଫ୍ଲାଏ ଓଭର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)