Advertisment

'ଦେଶରେ ମହିଳା ଓ ଶିଶୁ ବିରୋଧୀ ଅପରାଧ ଚିନ୍ତାଜନକ'

ମହିଳା ବିରୋଧୀ ଅପରାଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବେଗ । ସୁପ୍ରିମକୋର୍ଟକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଉଦବେଗ ପ୍ରକାଶ କଲେ । ମହିଳା ବିରୋଧୀ ଅପରାଧର ତ୍ବରିତ ଶୁଣାଣି ଆବଶ୍ୟକ କହିଲେ ।

ଅଦ୍ୟତନ ହୋଇଛି
Justice in Crimes Against Women

Justice in Crimes Against Women

Advertisment

ମହିଳାଙ୍କ ବିରୋଧୀ ଅପରାଧର ତୁରନ୍ତ ନ୍ୟାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ହୋଇଥିବା ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ଶୀଘ୍ର ନ୍ୟାୟର ଆବଶ୍ୟକତାକୁ ଗୁରୁତ୍ବ ଦେଇଛନ୍ନ୍ତି। 

Advertisment

ମହିଳା ବିରୋଧୀ ଅପରାଧକୁ ରୋକିବା ପାଇଁ ଶୀଘ୍ର ନ୍ୟାୟ ପ୍ରଦାନ କରାଗଲେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ଅନେକ କଠୋର ଆଇନ ପ୍ରଣୟନ ହୋଇଛି। ତଥାପି ଏହାକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ଉପରେ ହେଉଥିବା ଅପରାଧ ସହ ଜଡ଼ିତ ମାମଲାର ଯେତେ ଶୀଘ୍ର ନ୍ୟାୟ ଆସିବ, ଦୋଷୀକୁ ଦଣ୍ଡ ମିଳିବ, ମହିଳାଙ୍କ ସୁରକ୍ଷା ଉପରେ ସେତେ ଭରସା ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 

ଏପଟେ ବହୁଚର୍ଚ୍ଚିତ କୋଲକାତା ଆରଜିକର ମେଡିକାଲ କଲେଜର ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ।  ପୀଡିତାଙ୍କ ବାପା ମାଆଙ୍କୁ ଭେଟିବା ପରେ ଗତକାଲି ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। 

Advertisment

ଏହାପରେ ଆଜି ସେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିବା ସହ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନ ନେଇ କଡ଼ ଆଇନ ପ୍ରଣୟନ ନେଇ ଆଲୋଚନା କରିପାରନ୍ତି। ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି, ଏହାକୁ ରୋକିବାକୁ ହେଲା କଡ଼ା ଆଇନର ପ୍ରଣୟନ ଆବଶ୍ୟକ ବୋଲି ପୂର୍ବରୁ ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେପଟେ ଅଭୟାଙ୍କୁ ନ୍ୟାୟ ଦେବା ଦାବିରେ ପଶ୍ଚିମବଙ୍ଗ ସରକାର ବିରୋଧରେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। 

Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ