Advertisment

ଆଜି ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।

Sudarshan Setu,

Sudarshan Setu,

Advertisment

ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍-ସୁଦର୍ଶନ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ବ୍ରିଜ୍‌ର ଉଦଘାଟନ କରିବେ। ଏହା ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। ଗୁଜୁରାଟର ଓଖା ମୁଖ୍ୟ ସହରରୁ ଏହା ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ। ୨.୩୩ କିଲୋମିଟର ଏହି ପୋଲ ପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।

Advertisment

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ। ଦ୍ୱାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ୍‌ ଦ୍ୱାରକା ଦ୍ୱୀପରେ ଜନବସତି ରହିଛି। ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ୍‌ ଦ୍ୱାରକାରେ ହିଁ ରହୁଥିଲେ। ଶ୍ରୀକୃଷ୍ଣଙ୍କ ଭୂମିକରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ସୁଦର୍ଶନ ସେତୁ ଭାବେ ନାମକରଣ କରାଯାଛି। ତାସହ ଏଠି ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ୱଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ୱର ଏହା ଏକମାତ୍ର ସ୍ଥାନ ଯେଉଁଠି ମକରଧ୍ୱଜଙ୍କ ମନ୍ଦିର ରହିଛି ।

Narendra Modi Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ