Advertisment

୬୧୫ ଏକର ଜମିରେ ଦେଶର ବଡ଼ ହେଲିକପ୍ଟର ଫ୍ୟାକ୍ଟ୍ରି

ଫ୍ୟାକ୍ଟ୍ରି(chopper manufacturing unit )ରେ ହେବ ହେଲିକପଟର ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ

ଅଦ୍ୟତନ ହୋଇଛି
Helicopter Manufacturing Factory Of HAL In Karnataka

chopper manufacturing unit

Advertisment

କର୍ଣ୍ଣାଟକ ତୁମକୁରରେ ଆଜି ଲୋକାର୍ପିତ ହେବ ଦେଶର ସର୍ବବୃହତ ହେଲିକପ୍ଟର ଫ୍ୟାକ୍ଟ୍ରି(chopper manufacturing unit ) । ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁମକୁର ସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ବା ହାଲ୍ ନିର୍ମିତ ଏହି ହେଲିକପ୍ଟର ଫ୍ୟାକ୍ଟ୍ରିର ଲୋକାର୍ପଣ କରିବେ । ଅପରାହ୍ଣ ସାଢ଼େ ୩ଟାରେ ଏହି କାର୍ଯ୍ୟକ୍ରମ ରହିଛି ।

Advertisment

୬୧୫ ଏକର ଏକର ଜମିରେ ଠିଆ ହୋଇଥିବା ଏହି ବିଶାଳକାୟ ଗ୍ରୀନ୍ ଫିଲଡ ଫ୍ୟାକଟ୍ରିରେ ଦେଶର ସବୁ ପ୍ରକାର ହେଲିକପ୍ଟର ନିର୍ମାଣ କରାଯିବ । ତାସହିତ ହେଲିକପଟର ମରାମତି ଓ ରକ୍ଷଣାବେକ୍ଷଣ ଅର୍ଥାତ୍ MRO ଲାଗି ଏହା ହେବ ୱାନ ପଏଣ୍ଟ ସଲ୍ୟୁସନ ।

ଅଧିକ ପଢ଼ନ୍ତୁ: ଆଉ ଫସିବେନି ଟ୍ରାଫିକ୍‌ରେ ! ହେଲିକପ୍ଟର ନେଇଯିବ ଏଇଠୁ ସେଠିକି..

ତୁମକୁର ଫ୍ୟାକଟ୍ରିରେ ପ୍ରଥମ କରି LUH ବା ଲାଇଟ ୟୁଟିଲିଟି ହେଲିକପଟର ନିର୍ମାଣ କରାଯିବ । ପରବର୍ତ୍ତୀ ସମୟରେ ଲାଇଟ୍ କଂବାଟ ହେଲିକପପ୍ଟର LCH, ମଲଟି ରୋଲ ହେଲକପଟର ବା IMRH ଏବଂ ଆଡଭାନସ ଲାଇଟ ହେଲିକପଟର ବା ALH ନିର୍ମାଣ କରାଯିବ। ସେହିପରି ରପ୍ତାନୀ ହେବାକୁ ଥିବା ଲାଇଟ୍ ୟୁଟିଲିଟି ହେଲିକପଟର ମଧ୍ୟ ଏଠାରେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି ।

Advertisment

ଏହା ବ୍ୟତିତ ଏସବୁ ବିମାନର ସିଭିଲିୟାନ ଭର୍ସନ ମଧ୍ୟ ଏହି ଫ୍ୟାକଟ୍ରିରେ ନିର୍ମାଣ ହେବ । ଆସନ୍ତା ୨୦ ବର୍ଷ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ହେଲିକପଟର ନିର୍ମାଣ କରାଯିବ । ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ତୁମକୁର ଫ୍ୟାକଟ୍ରି ଏକ ବୃହତ ପଦକ୍ଷେପ ହେବାକୁ ଯାଉଛି। ....

ସେହିପରି ଏହା ପୂର୍ବରୁ ବେଙ୍ଗାଳୁରରେ ଆଜିଠୁ ଆରମ୍ଭ ହେବାକୁ ଥିବା ଭାରତ ଉର୍ଜା ସପ୍ତାହର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଇ-ଟ୍ୱେଣ୍ଟି ଇନ୍ଧନର ବଜାର ପ୍ରବେଶର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଇ- ଟ୍ୱେଣ୍ଟି ଇନ୍ଧନ ହେଉଛି ପେଟ୍ରୋଲ ସହିତ ୨୦ ପ୍ରତିଶତ ଇଥାନଲର ସମିଶ୍ରଣ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ବିଭିନ୍ନ ତୈଳ ବିତରଣ କଂପାନିମାନଙ୍କ ୮୪ଟି ଆଉଟଲେଟରେ ଇ-ଟ୍ୱେଣ୍ଟି ଫୁଏଲ୍ ଉପଲବ୍ଧ ହେବ।...

Advertisment

ଦେଖନ୍ତୁ ଭିଡିଓ | ମଶା ଅମଳ ଫ୍ୟାକ୍ଟ୍ରି ବସାଇଛି ଚୀନ୍, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ