Advertisment

କିଏ ଯିବେ ମହାକାଶ: ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ !

ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
PM Modi to reveal names of 4 pilots for Gaganyaan today

Gaganyaan

Advertisment

ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଏହି ମହାକାଶ ଅଭିଯାନର ସମୀକ୍ଷା ପାଇଁ କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିବେ ମୋଦି । ଏହି ଅବସରରେ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ମହାକାଶଚାରୀମାନଙ୍କୁ ବ୍ୟୋମନଟ୍ କୁହାଯିବ ବୋଲି ଚର୍ଚ୍ଚା ହେଉଛି ।

ସେମାନେ ରୁଷିଆରେ ୧ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ଗଗନଯାନ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ତେବେ ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେଶ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

Advertisment

ଆଜି ପ୍ରଧାନମନ୍ତ୍ରୀ ମୋଦି ୧୮ଶହ କୋଟି ଟଙ୍କାର ୩ଟି ମହାକାଶ ଗବେଷଣା ସଂପର୍କିତ ଭିତ୍ତିଭୂମି ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ PSLV ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍ ।

PM Narendra Modi Gaganyaan Astronaut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ