Advertisment

ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନକୁ ଯିବେ ମୋଦି

ମାୟାଦେବୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ।

PM Modi visits Nepal

PM Modi visits Nepal

Advertisment

ଆଜି ହେଉଛି ବୁଦ୍ଧ ପୂର୍ଣ୍ଣିମା। ଏହି ଅବସରରେ ଆଜି ନେପାଳ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀକୁ ସେ  ଯିବେ। ସେଠାକାର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନିମନ୍ତ୍ରଣ କ୍ରମେ ମୋଦି ଲୁମ୍ବିନୀ ଯାଉଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବାର ଅଛି।

Advertisment

ବିଶେଷ କରି ଜଳବିଦ୍ୟୁତ ଓ ଯୋଗାଯୋଗ କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ଅଛି। ମାୟାଦେବୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ। ଲୁମ୍ବିନୀରେ ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ଫର୍ ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ୍ ସେଣ୍ଟରର ଶିଳାନ୍ୟାସରେ ମଧ୍ୟ ସେ ଯୋଗ ଦେବେ।

ଏହା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି ଗସ୍ତ ପୂର୍ବରୁ ଏକ ବିବୃତିରେ କହିଛନ୍ତି ମୋଦି।  ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠୁ ଏହା ହେଉଛି ତାଙ୍କର ପଞ୍ଚମ ନେପାଳ ଗସ୍ତ।

Advertisment
PM Modi Budha Jayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ