Advertisment

ସାକାର ହେବ ୫ଶହ ବର୍ଷର ସ୍ୱପ୍ନ ଓ ସଂଘର୍ଷ, ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରର ପ୍ରାଣପ୍ରତିଷ୍ଠା

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।

ଅଦ୍ୟତନ ହୋଇଛି
undefined

Ram Mandir

Advertisment

ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ ବୋଲି ତିଥି ଚୂଡ଼ାନ୍ତ ହୋଇସାରିଥିବାବେଳେ, ଏଥିପାଇଁ ଆଉ ମାତ୍ର କେଇ ସପ୍ତାହ ବାକି। ଭାରତବର୍ଷର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଥିବା ଏହି ମହାର୍ଘ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ, ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ହୋଇଛି ବ୍ୟାପକ ଆୟୋଜନ।

Advertisment

୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର । ୨୦୨୪ ମସିହା ଜାନୁଆରୀ ୨୨, ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ, ଉତ୍ସାହରେ ଉଛୁଳି ଉଠୁଛି ସାରା ଦେଶ।

୨୦୨୦ ମସିହା ଅଗଷ୍ଟ ୫ ତାରିଖ। ସ୍ୱହସ୍ତରେ ରାମ ମନ୍ଦିରର ଭୂମିପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏବେ ଅଢ଼େଇ ଏକର ଜାଗାରେ ନିର୍ମାଣାଧୀନ ୩ ମହଲାଯୁକ୍ତ ବିଶାଳ ମନ୍ଦିରର କାମ ଜୋରସୋରରେ ଚାଲିଛି । ଡିସେମ୍ବର ସୁଦ୍ଧା ସରିଯିବ ଗର୍ଭଗୃହ ସମେତ ପ୍ରଥମ ମହଲା ନିର୍ମାଣ କାମ। ମନ୍ଦିରର ଛାତ କାମ ୯୦ ପ୍ରତିଶତ ସରିଥିବା ବେଳେ, ଭୂତଳ ଖମ୍ବରେ ଦେବଦେବୀଙ୍କ ମୂର୍ତ୍ତି ଖୋଦେଇ ଚାଲିଛି। ମନ୍ଦିର ପ୍ରତିଷ୍ଠା ପାଇଁ ହାତରେ ଆଉ ପ୍ରାୟ ୩ ମାସ ଥିବା ବେଳେ, ଏବେଠୁ ଦେଶର ହଜାର ହଜାର କରସେବକଙ୍କ ଖୁସିର ସୀମା ନାହିଁ । ଯେଉଁମାନେ ୯୦ ଦଶକର ପୋଲିସର ଗୁଳି ଓ ଲାଠିମାଡ଼ ସହି କଠିନ ସଂଘର୍ଷ କରିଥିଲେ ଏହି ରାମମନ୍ଦିର ନିର୍ମାଣ ପଥ ଉନ୍ମୁକ୍ତ କରିବା ଲାଗି ।

Advertisment

ଆସନ୍ତାବର୍ଷର ମକର ସଂକ୍ରାନ୍ତି ଠାରୁ ଉତ୍ସବମୁଖର ହୋଇଉଠିବ ଉତ୍ତରପ୍ରଦେଶର ଅଯୋଧ୍ୟା ନଗରୀ। ୨୦ରୁ ୨୪ ଯାଏଁ ଚାଲିବ ପୂଜାର୍ଚ୍ଚନା। ୨୨ ତାରିଖ ଦିନ ୧୨ଟା ୩୦ରେ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଗର୍ଭଗୃହରେ ହେବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା। ପୂଜନ କରିବେ ବାରାଣସୀର ଲକ୍ଷ୍ମୀକାନ୍ତ ଦୀକ୍ଷିତ।

ଉତ୍ସବରେ ସାମିଲ ହେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, RSS ର ସଂଘ ଚାଳକ ମୋହନ ଭାଗବତ୍, ୧୩୬ ସନାତନୀ ପରମ୍ପରାରୁ ୪ ହଜାର ସନ୍ଥ ଏବଂ ତା ସହ ବୈଜ୍ଞାନିକ, କଳାକାର, ପରମବୀର ଚକ୍ରରେ ସମ୍ମାନିତ ବୀରଙ୍କ ପରିବାର ଓ ସହିଦ କରସେବକଙ୍କ ପରିବାରରୁ ଆମନ୍ତ୍ରିତ ଅଢ଼େଇ ହଜାର ଅତିଥି। ଆଉ ଏପଟେ ଆଜି ରାମମନ୍ଦିରକୁ ଯାଇ ରାମଲାଲାଙ୍କ ଆଶିଷ ନେବା ସହିତ ନବନିର୍ମିତ ମନ୍ଦିର ପରିଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ।

Advertisment

India News Narendra Modi Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ