Advertisment

ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶପଥ ପାଠ କରାଇଲେ କାମଚଳା ବାଚସ୍ପତି

ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
PM Modi Takes Oath As 18th Of Lok Sabha

PM Modi Takes Oath

Advertisment

ଆଜିଠୁ ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ଆଜି  କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ଗ୍ରହଣ କରିଛନ୍ତି। ଭର୍ତ୍ତୁହରିଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।

ଅଧିକ ପଢ଼ନ୍ତୁ: ଶପଥ ନେଲେ କାମଚଳା ବାଚସ୍ପତି ଭର୍ତ୍ତୃହରି; ଶପଥ ପାଠ କରାଇଲେ ରାଷ୍ଟ୍ରପତି

Advertisment

ଏପଟେ ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ନବ ନିର୍ବାଚିତ ସାଂସଦ ଶପଥପାଠ ଉତ୍ସବକୁ ବିରୋଧ କରୁଛନ୍ତି । ଗୃହରେ ପରମ୍ପରା ଭଙ୍ଗାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ୮ ଥରର ସାଂସଦ କଂଗ୍ରେସର କେ.ସୁରେଶଙ୍କ ବଦଳରେ ୭ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେପି । 

ତେବେ ଏହା ପୂର୍ବରୁ ଆଜି ମିଡିଆକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ସେ କହିଛନ୍ତି ଯେ, ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ । ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ, 'ଏହା ଆମ ପାଇଁ ଭବ୍ୟ ବିଜୟ, ୩ ଗୁଣା ଅଧିକ ପରିଶ୍ରମ କରିବୁ । ସେପଟେ ଜରୁରୀକାଳିନ ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, ଜୁନ ୨୫ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା । ଏମର୍ଜେନ୍ସୀକୁ ୫୦ ବର୍ଷ ପୂରିବ, ଏହା ନ ଭୁଲିବା ଭଳି ଦିନ, ଏମର୍ଜେନ୍ସୀରେ ଲୋକଙ୍କୁ ଜେଲ୍ ରେ ଭର୍ତ୍ତି କରାଯାଇଥିଲା । ଏହା ସହ ଦାୟିତ୍ବବାନ ହେବାକୁ ବିରୋଧୀ ଦଳକୁ ଅପିଲ୍ କରିଛନ୍ତି ମୋଦି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଥରେ ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

Narendra Modi Parliament Lok Sabha PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ