Modi Takes Holy Dip In Rameswaram
ତାମିଲନାଡୁ ରାମେଶ୍ୱରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରସିଦ୍ଧ ଜ୍ୟୋର୍ତିଲିଙ୍ଗ ତାମିଲନାଡ଼ୁର ରାମେଶ୍ୱରମର ରାମନାଥସ୍ୱାମୀଙ୍କୁ ଦର୍ଶନ କରିଛନ୍ତି। ମହାଦେବଙ୍କ ଆଶିଷ ନେବା ସହ ମନ୍ଦିର ପରିସରରେ ଥିବା ଦିବ୍ୟ ୨୨ ତୀର୍ଥ କୂଅ ପାଣିରେ ସ୍ନାନ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଶ୍ୱାସ ରହିଛି, ରାମନାଥସ୍ୱାମୀ ମନ୍ଦିରର ୨୨ ତୀର୍ଥ ଜଳ ସୁଦ୍ଧତାର ୨୨ ପାଦ। ଯାହା ହିନ୍ଦୁ ଧର୍ମରେ ବେଶ୍ ଗୁରୁତ୍ୱ ରଖେ। ଏହାପରେ ମହାଦେବଙ୍କ ନାମ ଜପି ସମୁଦ୍ରରେ ବୁଡ଼ ପକାଇଥିଲେ। ମନ୍ଦିର ପରିସରରେ ବୁଲିବା ସହ ବେଶ୍ କିଛି ସମୟ ବିତାଇଥିଲେ।
ମନ୍ଦିର ପରିସରରେ ଥିବା ହାତୀକୁ ଖାଇବାକୁ ଦେଇଥିଲେ ପ୍ରଧାନମନ୍ତ୍ରୀ। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହାପୂର୍ବରୁ ସେ ରାମେଶ୍ୱରମ୍ ଯାଇଛନ୍ତି। ଶ୍ରୀରାମଙ୍କ ସହ ଏହି ଅଞ୍ଚଳର ରହିଛି ବଡ଼ ସମ୍ପର୍କ। ଲଙ୍କା ଅଭିଯାନ ପୂର୍ବରୁ ଶ୍ରୀରାମ ଏଠି ବାଲିରେ ଶିବଲିଙ୍ଗ ସ୍ଥାପନ କରି ପୂଜା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705769657.jpg)