Advertisment

ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍‌ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ ।

Narendra Modi

Narendra Modi

Advertisment

ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ବାରଣାସୀରେ ରୋଡ୍‌ ଶୋ’ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ପଛରୁ ଆସିଥିଲା। ଆମ୍ବୁଲାନ୍ସର ସାଇରନ ଶୁଣି ପ୍ରଧାନମନ୍ତ୍ରୀ ତାଙ୍କ ଏସକର୍ଟ ଗାଡ଼ିକୁ ଅଟକାଇବା ସହ ଆମ୍ବୁଲାନ୍ସ ପାଇଁ ବାଟ ଛାଡ଼ି ଦେଇଥିଲେ । ଦୁଇ ଦିନିଆ ବାରାଣସୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ୧୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୭ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନମୋ ଘାଟରୁ କାଶୀ ତାମିଲ ସଙ୍ଗମ୍ ୨.୦ର ଉଦଘାଟନ କରିବେ । ଏଥିସହ କନ୍ୟାକୁମାରୀରୁ ବାରାଣସୀ ମଧ୍ୟରେ ଏକ ନୂଆ ଟ୍ରେନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପକ୍କାଇ ସ୍ୱାଗତ କରିଥିଲେ ।

Narendra Modi India Varanasi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ