/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756801296.jpg)
Nation's mothers insulted: PM tears into RJD-Congress over abuse to dead mother
ରାଜନୀତିରେ ମାଆଙ୍କୁ ନେଇ ହୀନ ରାଜନୀତି । ଆଉ ଏଭଳି ହୀନ ରାଜନୀତି କରିଥିବା କଂଗ୍ରେସକୁ ଆଜି ଚରମବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ କଂଗ୍ରେସର ନେତାମାନେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ଆଉ ଏହାକୁ ବିରୋଧ କରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏହା ସହ ଗାଳି ରାଜନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ପଚାରିଛନ୍ତି, ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ତାଙ୍କର କଣ ଭୁଲ୍ ଥିଲା । ମୋ ମୃତ ମାଆଙ୍କୁ ବି ରାଜନୀତିକୁ ଟାଣିଲେ । ରାଜନୀତିରେ କିଛି ସମ୍ପର୍କ ନଥାଇ ବି ସ୍ବର୍ଗୀୟ ମାଆଙ୍କୁ ରାଜନୀତିକୁ ଟାଣିଲେ । ଆଉ ଏହା ସ୍ପଷ୍ଟ କରୁଛି ଯେ କେମିତି ପଦାରେ ପଡ଼ିଛି ବିରୋଧୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ।
ପ୍ରଧାନମନ୍ତ୍ରୀ ମୋଦି ଏହା ବି କହିଛନ୍ତି ଯେ, ଖାଲି ମୋ ମାଆଙ୍କୁ ନୁହେଁ ଦେଶର ମାଆ ଭଉଣୀଙ୍କ ପ୍ରତି ଅପମାନ କରୁଛନ୍ତି ବିରୋଧୀ । କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛି । ପିଏମ୍ ଏ କଥା ମଧ୍ୟ କହିଛନ୍ତି ଯେ, ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ । ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ ।
RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । RJD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ ବୋଲି କହିଛନ୍ତି ପିଏମ୍ । RJD କେବେ ମହିଳାଙ୍କୁ ଆଗକୁ ଛାଡୁ ନଥିଲା ଏପରିକି ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି । ଏମିତି ପିଏମ୍ କହିଛନ୍ତି , ମାଆର ଅପମାନକୁ କେବେ ବରଦାସ୍ତ କରିବନି ମାତୃଭୂମି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)