pm narendra modi
ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପି ସାଂସଦଙ୍କ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କର୍ମଶାଳାରେ ସେ ସାଧାରଣ ସାଂସଦଙ୍କ ଭଳି ଶେଷ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି। ନିଜେ ମୋଦି ଶେଷ ଧାଡ଼ିରେ ବସିବାକୁ ପସନ୍ଦ କରିଛନ୍ତି । ଯାହା ତାଙ୍କର ନମ୍ରତା, ସରଳତା ଏବଂ ସମସ୍ତଙ୍କ ସହ ସମାନ ଭାବେ ମିଶିବାର ଆଭିମୁଖ୍ୟକୁ ପ୍ରମାଣିତ କରିଛି ।
ମୋଦିଙ୍କର ଏଭଳି ମନୋଭାବ ସବୁ ଦଳୀୟ ସାଂସଦଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇଛି ପିଏମ୍ ମୋଦିଙ୍କ କାର୍ଯ୍ୟଶୈଳୀ । ଏହି ଦୁଇ ଦିନିଆ କାର୍ଯ୍ୟଶାଳାରେ ଜିଏସ୍ଟି ସଂସ୍କାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଯାଇଥିଲା ।
ଉପରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଏହି କର୍ମଶାଳାର ଆୟୋଜନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଦଳର ସବୁ ସାଂସଦ ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757240432.jpg)