Advertisment

‘ତୃତୀୟ ପାଳିରେ ବିଶ୍ୱର ତୃତୀୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହେବ ଭାରତ’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍‌ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍‌ ଖୋଲିବ।

Narendra Modi

Narendra Modi

Advertisment

ଆବୁଧାବିରେ ମୋଦି ଗ୍ୟାରେଣ୍ଟି। UAE ରାଜଧାନୀ ଆବୁଧାବିରେ ଅହ୍ଲାନ ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଇଛି ଯେ, ମୋ ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ବନିବ। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ। ଏହି ଅବସରରେ ୩୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ଉତ୍ସାହିତ କରିବା ସହିତ ଭାରତ-ୟୁଏଇ ନିବିଡ଼ ସଂପର୍କ କଥା ଉଲ୍ଲେଖ କରିଥିଲେ ମୋଦି। ଭାରତ-UAE ବନ୍ଧୁତା ଆଜି ସାରା ବିଶ୍ୱକୁ ପ୍ରଭାବିତ କରିଛି। ୨୦୧୫ରେ ଅବୁଧାବୀରେ ଏକ ମନ୍ଦିର ପାଇଁ ପ୍ରସ୍ତାବ ଦେଇଥିଲି। ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରାଯିବାରୁ ଆଜି ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ମୋଦି।

Advertisment

ସେହିପରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, UAEରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପିଲା ପାଠ ପଢ଼ୁଛନ୍ତି। ପୂର୍ବରୁ IIT ଦିଲ୍ଲୀ କ୍ୟାମ୍ପସ୍‌ ମାଷ୍ଟର୍ସ କୋର୍ସ ଖୋଲିଥିଲା। ଆଉ ଏବେ ବହୁତ ଶୀଘ୍ର CBSE ଅଫିସ୍‌ ଖୋଲିବ। ୟୁଏଇ ପକ୍ଷରୁ ମୋତେ ସର୍ବୋଚ୍ଚ ବେସାମରିକ ସମ୍ମାନ କେବଳ ମୋ ପାଇଁ ନୁହେଁ କୋଟି କୋଟି ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ । ଡିଜିଟାଲ୍‌ ଇଣ୍ଡିଆ ପ୍ରୋଗ୍ରାମକୁ ସାରା ବିଶ୍ୱ ପ୍ରଶଂସା କରୁଛି। ୟୁଏଇରେ ମଧ୍ୟ UPI ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ଆଦାନ ପ୍ରଦାନ ସହଜ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୋଦି ମୋଦି ନାରାରେ କମ୍ପିଥିଲା ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ ।

Narendra Modi CBSE UAE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ