Advertisment

ଦିଲ୍ଲୀରେ ମୋଦିଙ୍କ ମାରାଥନ୍‌ ମିଟିଂ, ଆଗାମୀ ସରକାରର ୧୦୦ ଦିନର ଏଜେଣ୍ଡା ନେଇ ସମୀକ୍ଷା

ଗତ ସପ୍ତାହରେ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହାର ଥଇଥାନ ଓ ଉଦ୍ଧାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

Narendra Modi

Narendra Modi

Advertisment

ନିର୍ବାଚନ ସରିଲା, ଧ୍ୟାନରୁ ବି ଉଠିଲେ ଏବେ ପୁଣି ମାରାଥନ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁରୁ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ବୈଠକ । ପ୍ରଥମେ ‘ରେମାଲ’ ବାତ୍ୟା ପରବର୍ତ୍ତୀ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

ଗତ ସପ୍ତାହରେ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିଥିଲା। ଏହାର ଥଇଥାନ ଓ ଉଦ୍ଧାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରମୁଖ ସଚିବ ପିକେ ମିଶ୍ର, ଏନଡିଆରଏଫ୍ ଅଧିକାରୀ, ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ। କେବଳ ବାତ୍ୟା ନୁହେଁ ସାରା ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମୁକାବିଲା ଭଳି ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉଚ୍ଚସ୍ତରୀୟ ମିଟିଂ କରିବେ। ତାସହ କେନ୍ଦ୍ର ସରକାରର ୧୦୦ ଦିନର ଏଜେଣ୍ଡା ନେଇ ସମୀକ୍ଷା କରିବେ ।

Advertisment

ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନ ପପାଇଁ ମାରାଥନ୍‌ ପ୍ରଚାର କରିଥିଲେ ପପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ନିର୍ବାଚନରେ ୭୫ ଦିନରେ ରାଲି ଓ ରୋଡ ସୋ'କୁ ମିଶାଇ ପ୍ରାୟ ୨୦୬ଟି ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଓଟିଭି ସମେତ ଦେଶର ବିଭିନ୍ନ ଗଣମାଧ୍ୟମକୁ ୮୦ଟି ସାକ୍ଷାତକାର ଦେଇଥିଲେ ।

ତେବେ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଗତ ୩୦ ତାରିଖ ସନ୍ଧ୍ୟାରୁ ବିବେକାନନ୍ଦ ରକ୍‌ର ଧ୍ୟାନ ମଣ୍ଡପମ୍‌ରେ ୪୫ ଘଣ୍ଟା ପାଇଁ ମୌନବ୍ରତ ପାଳନ ସହ ଧ୍ୟାନରେ ବସିଥିଲେ ମୋଦି । ଏହି ସମୟରେ ସେ କେବଳ ପଇଡ଼ ପାଣି ଓ ଅଙ୍ଗୁର ରସ ଗ୍ରହଣ କରିଥିଲେ । ଗତକାଲି ଏହା ସଂପୂର୍ଣ୍ଣ ହେବା ପରେ, ସେ ୧୩୩ ଫୁଟ୍ ଉଚ୍ଚ ଥିରୁବଲ୍ଲଭର ମୂର୍ତ୍ତି ପରିଦର୍ଶନ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Advertisment
Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ