Advertisment

ବଜେଟ୍‌ ପୂର୍ବରୁ ମୋଦିଙ୍କ ବଡ଼ ବୈଠକ, ଅର୍ଥନୀତି ବିଶାରଦଙ୍କ ସହ କଲେ ଆଲୋଚନା

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଲୋକସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ବଜେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୈଠକ । ଅର୍ଥନୀତି ବିଶାରଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୩ ତାରିଖରେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

Advertisment

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ବଜେଟରେ କେଉଁ ସେକ୍ଟରକୁ କେତେ ଗୁରୁତ୍ବ ଦିଆଯିବ, କେଉଁ ସେକ୍ଟରକୁ କେତେ ପାଣ୍ଠି ପ୍ରଦାନ କରାଯିବ ତା ଉପରେ ଏହି ବୈଠକରେ ଅର୍ଥନୀତି ବିଶାରଦ ମାନଙ୍କ ମତ ଲୋଡ଼ିଛନ୍ତି ସରକାର । ବିଶାରଦମାନଙ୍କ ମତ ଓ ସରକାରଙ୍କ ନୀତିକୁ ଭିତ୍ତି କରି ମୋଦି ସରକାର ତାଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

Advertisment

ସୂଚନା ଅନୁସାରେ ଆସନ୍ତା ୨୨ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ୨୩ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍ । ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଫେବ୍ରୁଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ ହୋଇଥିଲା । ଏବେ ନୂଆ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ବଜେଟ୍ ଅଧିବେଶନ ବିଷୟରେ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ, ଚଳିତ ବର୍ଷ ଦୁଇଥର ବଜେଟ୍ ଉପସ୍ଥାପିତ ହେଉଛି । ୧ ଫେବ୍ରୁଆରୀ ୨୦୨୪ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ୟୁନିୟନ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଏଥର ବଜେଟର ଉପସ୍ଥାପନା ସହିତ ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ଏକ ନିଆରା ରେକର୍ଡ ମଧ୍ୟ ଯୋଡ଼ି ହେବାକୁ ଯାଉଛି। ନିର୍ମଳା ସୀତାରମଣ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ଭାବେ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଏହା ମୋରାଜୀ ଦେଶାଇଙ୍କ ନାଁରେ ଥିଲା । ସେ କ୍ରମାଗତ ୬ ଥର ବଜେଟ୍ ଉପସ୍ଥାପନ କରିଥିଲେ ।

Advertisment
Narendra Modi Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ