Advertisment

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

ଅଦ୍ୟତନ ହୋଇଛି
Modi France Visit

Modi France Visit

Advertisment

ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ବାହାରି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥରର ଫ୍ରାନ୍ସ ଗସ୍ତ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି । ସୁନ୍ଦର ଅତିଥି ଚର୍ଚ୍ଚା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଫ୍ରାନ୍ସବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ମାକ୍ରନଙ୍କ ସରକାରୀ ବାସଭବନ ଏଲିସି ପ୍ୟାଲେସରେ ଫ୍ରାନ୍ସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗତକାଲି ଦ୍ୱିପାକ୍ଷିକ ବୈଠକ ହୋଇଛି। ଏହି ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି।

Advertisment

ଆଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା । ଏଥିରେ ମୋଦି କହିଛନ୍ତି, ଫ୍ରାନ୍ସ 'ମେକ୍ ଇନ୍ ଇଣ୍ଡିଆ' ଏବଂ ଆତ୍ମନିର୍ଭର ଭାରତର ଏକ ପ୍ରମୁଖ ସହଯୋଗୀ । ଆମେ ଆଗାମୀ ୨୫ ବର୍ଷ ଲାଗି ଲକ୍ଷ୍ୟ ପ୍ରସ୍ତୁତ କରୁଛୁ। ଭାରତ ଏହି ସମୟରେ ବିକଶିତ ଦେଶ ହେବାକୁ ଚେଷ୍ଟା କରୁଛି ବୋଲି ମୋଦି କହିଛନ୍ତି।

ସେହିପରି ଆଜି ବିଶ୍ୱ ସାମ୍ନାରେ ଯାହା କିଛି ଆହ୍ୱାନ ଅଛି, ଆମେ ଭାରତ ସହ ମିଶି ତାହାର ସମାଧାନ ଖୋଜିବୁ ବୋଲି ମାକ୍ରନ କହିଛନ୍ତି। ଫ୍ରାନ୍ସ ଗସ୍ତ ଅବସରରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ଚନ୍ଦନ କାଠ ନିର୍ମିତ ଏକ ସୀତାର୍ ଉପହାର ଦେଇଛନ୍ତି । ସେହିପରି ଫ୍ରାନ୍ସର ଫାର୍ଷ୍ଟ ଲେଡି ବ୍ରିଜେଟ୍ ମାକ୍ରନଙ୍କୁ ଚନ୍ଦନକାଠ ବାକ୍ସରେ ତେଲଙ୍ଗାନା ପୋଚାମ୍ପଲିର ପ୍ରସିଦ୍ଧ ସିଲ୍କ ଇକତ ଶାଢ଼ୀ ଉପହାର ଦେଇଛନ୍ତି ମୋଦି ।

Advertisment

ଆଜି ୟୁଏଇ ପହଞ୍ଚିବା ପରେ ଆବୁଧାବିରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟାଦଙ୍କୁ ଭେଟିବେ ପିଏମ । ୟୁଏଇ ଗସ୍ତ ଭାରତ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି ।ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ଚୁକ୍ତି, ରାଜିନାମା ଏବଂ ଆଲୋଚନା ହେବ । ମୁଖ୍ୟତଃ UAEରେ ୨୦୩୦ ସୁଦ୍ଧା ଭାରତ ଏକ ନନ ଓଏଲ୍ ପ୍ରକଳ୍ପ ସ୍ଥାପନ କରିବ । ଯାହାର ମୋଟ୍ ଖର୍ଚ୍ଚ ୧୦୦ ବିଲିଏନ୍ ଡଲାର୍ ରହିଛି ।

ତାସହ ମୋଦି ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା କମ୍ପରହେନସିଭ୍ ଇକୋନୋମିକ୍ ପାଟନରସିପ୍ ଏଗ୍ରିମେଣ୍ଟ-CEPA ଉପରେ ଆଲୋଚନା କରିବେ ।  ୨୦୨୨ରେ କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତି ଫଳରେ ଏଯାଏଁ ୮୪ ବିଲିୟନ୍ ଡଲାରର ଟ୍ରେଡ୍ ସରିଛି । ତେଣୁ ଏହାକୁ ଏକ ନୂଆ ଦିଶା ମିଳିପାରେ ।

Advertisment

Narendra Modi PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ