PM Narendra Modi
ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବିବୃତିରେ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ସେ କିଭ୍ ଯାଉଛନ୍ତି । ଏହି ଯାତ୍ରା ପୁରୁଣା ସମ୍ପର୍କକୁ ଆଗକୁ ବଢ଼ାଇବା ଏବଂ ଭାରତ-ୟୁକ୍ରେନ ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାର ଏକ ସୁଯୋଗ ।
ଅଧିକ ପଢ଼ନ୍ତୁ: ଡରାଇଲାଣି ମଙ୍କିପକ୍ସ.. ସବୁ ବିମାନ ବନ୍ଦରକୁ ଆଲର୍ଟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି
୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ୟୁକ୍ରେନକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ସେହିଭଳି ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ଭାରତ ଓ ପୋଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପୂର୍ତ୍ତି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଯାତ୍ରା କରୁଛନ୍ତି ।
ଗଣତନ୍ତ୍ର ପ୍ରତି ଆମର ପାରସ୍ପରିକ ପ୍ରତିବଦ୍ଧତା ଉଭୟ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି ବୋଲି ଗସ୍ତ ପୂର୍ବରୁ ମୋଦି ନିଜ ବିବୃତିରେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724242208.jpg)