Advertisment

ମୋଦି-ମେଲୋନୀଙ୍କ ଫଟୋ ପୋଷ୍ଟ ପରେ ଟ୍ରେଣ୍ଡ କରୁଛି ମେଲୋଡ଼ି, ୟୁଜର ଦେଉଛନ୍ତି ମଜାଦାର କମେଣ୍ଟ...

ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ଫଟୋ ସେୟାର କରିଥିଲେ । ଏଥିରେ ମୋଦି ଲେଖିଥିଲେ  କୋପ ୨୮ରେ ମିଲୋନୀଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସମୟରେ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ଇଟାଲି ମଧ୍ୟରେ ସହଯୋଗାତ୍ମକ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା ।

ଅଦ୍ୟତନ ହୋଇଛି
Modi Melony Viral Photo

Modi Melony Viral Photo

Advertisment

ଇଟାଲି G7 ଶିଖର ସମ୍ମିଳନୀରେ ଯୋଗ ଦେଇ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବା ପରେ ମୋଦି ଭାରତ ଫେରିଛନ୍ତି। ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଜାତିସଂଘ ମୁଖ୍ୟ ଓ ଭାଟିକାନ୍ ସିଟି ପୋପ୍ ଫ୍ରାନ୍ସିସ୍ ପ୍ରମୁଖଙ୍କୁ ଭେଟିଛନ୍ତି ମୋଦି।

Advertisment

ତେବେ ମୋଦିଙ୍କ ସହ ସେଲ୍‌ଫି ନେଇ ମେଲୋନୀ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ରିପ୍ଲାୟ ଦେଇଛନ୍ତି । ମେଲୋନୀ ନିଜ ଏକ୍ସ ହାଣ୍ଡେଲ୍‌ରେ ଫଟୋ ସେୟାର କରି ଲେଖିଛନ୍ତି, ‘କୋପ ୨୮ର ବେଷ୍ଟ ଫ୍ରେଣ୍ଡ’ । ସେ ନିଜ ନାମ ଏବଂ ମୋଦିଙ୍କ ନାମ ମିଶାଇ #Melodi ବୋଲି ମଧ୍ୟ ସେଥିରେ ଉଲ୍ଲେଖ କରିଛନ୍ତି । ମିଲୋନୀଙ୍କ ଫଟୋ ଉପରେ ପ୍ରତିକ୍ରିୟା ରଖି ମୋଦି ଲେଖିଛନ୍ତି, ‘ବନ୍ଧୁଙ୍କ ସହ ସାକ୍ଷାତ ସବୁବେଳେ ଏକ ସୁଖଦ ଅନୁଭବ ।’

Advertisment

ମେଲୋନୀ ଫଟୋ ପୋଷ୍ଟ କରିବା ପରେ ଏବଂ ମୋଦି ଏଥିରେ ରିପ୍ଲାଏ ଦେବା ପରେ ଫଟୋଟି ଖୁବ୍‌ ଭାଇରାଲ ହେଉଛି । ୟୁଜର୍ସ ଏଥିରେ ମଜାଦାର କମେଣ୍ଟ ଦେଉଛନ୍ତି । ଦୁଇ ଦେଶର ଲୋକେ ଏହାକୁ ଦେଖି ଖୁସି ମଧ୍ୟ ହେଉଛନ୍ତି । କିଛି କିଛି ୟୁଜର କହିଛନ୍ତି, ଭାରତ ଓ ଇଟାଲୀ ମଧ୍ୟରେ ଥିବା ବନ୍ଧୁତା କେତେ ଗଭୀର ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଦୁଇ ଦେଶର ମୁଖ୍ୟଙ୍କ ଫଟୋରୁ ବନ୍ଧୁତା ବାରି ହେଉଛି । ଏମିତି ବନ୍ଧୁତା ସବୁଦିନ ପାଇଁ ରହିଥାଉ ବୋଲି ଅନେକ ଲେଖିଛନ୍ତି ।

ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ଫଟୋ ସେୟାର କରିଥିଲେ । ଏଥିରେ ମୋଦି ଲେଖିଥିଲେ କୋପ ୨୮ରେ ମେଲୋନୀଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସମୟରେ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ଇଟାଲି ମଧ୍ୟରେ ସହଯୋଗାତ୍ମକ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା ।

Advertisment

ତେବେ ଇଟାଲୀ ଜି-୭ ଶିଖର ସମ୍ମିଳନୀରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ପହଞ୍ଚିନ୍ତି। ଜି-୭ ସମ୍ମିଳନୀରେ ବିଶ୍ୱ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ ।

Narendra Modi BJP G7 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ