Advertisment

ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଗୋଟିକିଆ କଳା ମୁଗୁନି ପଥରରୁ ନିର୍ମିତ ହୋଇଛି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି।

ଅଦ୍ୟତନ ହୋଇଛି
undefined

Central Vista Avenue

Advertisment

ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତିର ହୋଇଛି ଅନାବରଣ। ଇଣ୍ଡିଆ ଗେଟ୍ କ୍ୟାନୋପିରେ ସ୍ଥାପନ ହୋଇଛି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି। ୨୮ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପଥର ଖୋଦେଇ ମୂର୍ତ୍ତିର ଓଜନ ପ୍ରାୟ ୬୫ ମେଟ୍ରିକ୍ ଟନ୍। କଣ

Advertisment

କଳା ମୁଗୁନି ପଥରରେ ନିର୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ଆଜିଠୁ ପାଲଟିଯାଇଛି କର୍ତ୍ତବ୍ୟ ପଥର ପରିଚୟ । ସଂପୂର୍ଣ୍ଣ ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଉଚ୍ଚତା ୨୮ ଫୁଟ୍, ଲମ୍ବ ୧୦ ଫୁଟ୍ ଓ ଚଉଡ଼ା ୮ ଫୁଟ୍ ମୂର୍ତ୍ତି ନିର୍ମାଣ ଲାଗି ତେଲଙ୍ଗାନାରୁ ଆସିଥିଲା ପଥର ।

୨୮୦ ମେଟ୍ରିକ୍ ଟନ୍ ପଥରକୁ ତେଲଙ୍ଗାନାରୁ ଦିଲ୍ଲୀ ଆଣିବା ଥିଲା ଅତ୍ୟନ୍ତ ଜଟିଳ କାର୍ଯ୍ୟ । ୧୪୦ଟି ଚକ ବିଶିଷ୍ଟ ଏକ ଟ୍ରକ୍‌ରେ ଏହି ବିଶାଳ ଗ୍ରାନାଇଟ୍ ପଥରକୁ ତେଲଙ୍ଗାନାର ଖମ୍ମମ୍‌ରୁ ୧୬ ଶହ ୬୫ କିଲୋମିଟର ଯାତ୍ରା ପରେ ଦିଲ୍ଲୀକୁ ଅଣାଯାଇଥିଲା । ଦିଲ୍ଲୀ ପହଞ୍ଚିବା ପରେ ଏତେବଡ଼ ପଥରକୁ ଠିକ୍ ରୂପ ଦେବାର ଗୁରୁ ଦାୟିତ୍ୱ ଥିଲା ମୂର୍ତ୍ତି କାରିଗରଙ୍କ ଉପରେ । ପଥର ଶିଳ୍ପୀ ଅରୁଣ ଯୋଗୀରାଜ୍‌ଙ୍କ ନେତୃତ୍ୱରେ ମୂର୍ତ୍ତିକାର ମାନେ ନେତାଜୀଙ୍କ ଏହି ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ଜଣେ ଓଡ଼ିଆ ହିଁ ଏହି ମୂର୍ତ୍ତିର ଡିଜାଇନ୍ କରିଥିଲେ । ଭାସ୍କର୍ଯ୍ୟ ଶିଳ୍ପୀ ତଥା ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ ନାୟକ ଏହି ମୂର୍ତ୍ତିର ଡିଜାଇନ୍ କରିଥିଲେ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ମୂର୍ତ୍ତି ନିର୍ମାଣ ପାଇଁ ଲାଗିଛି ୨୬ ହଜାର ଘଣ୍ଟା ସମୟ । ୨୮୦ ମେଟ୍ରିକ୍ ଟନ୍‌ର ପଥର ଖୋଦେଇ ପରେ ନେତାଜୀଙ୍କର ଏହି ମୂର୍ତ୍ତିଟି ଏବେ ୬୫ ମେଟ୍ରିକ୍ ଟନ୍‌ର ହୋଇଛି । ମୂର୍ତ୍ତି ନିର୍ମାଣରେ ପୁରାତନ ଏବଂ ପାରଂପରିକ ଉପକରଣ ଗୁଡ଼ିକର ବ୍ୟବହାର ହୋଇଛି ଏବଂ ହସ୍ତଶିଳ୍ପ ସାହାଯ୍ୟରେ ମୂର୍ତ୍ତି ଖୋଦେଇ ହୋଇଛି । 

ଯେଉଁଠାରେ ନେତାଜୀ ସୁଭାଷ ବୋଷଙ୍କର ହୋଲୋଗ୍ରାମ୍ ପ୍ରତିମା ଶୋଭା ପାଉଥିଲା । ସେହିଠାରେ ଆଜି ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଛି । ସୁଭାଷ ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ଜାନୁଆରୀ ୨୩ ପରାକ୍ରମ ଦିବସରେ ପ୍ରଧାନମନ୍ତ୍ରୀ ଏହି ହୋଲୋଗ୍ରାମ୍‌ର ଅନାବରଣ କରିଥିଲେ । ଏବେ ନେତାଜୀଙ୍କର ଏହି ପ୍ରତିମା ଇଣ୍ଡିଆ ଗେଟ୍ ପାଖରେ ସ୍ଥାପନ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି ।

Advertisment
Central Vista Avenue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ