Tata Aircraft Complex
ଭାରତରେ ସ୍ବଦେଶୀ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ନୂଆ ଅଧ୍ୟାୟ । ଗୁଜରାଟ ଭଦୋଦରାରେ C-295 ଯୁଦ୍ଧ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ପେନ୍ ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ପିଏମ୍ ମୋଦି ଏହାକୁ ଉଦଘାଟନ କରିଛନ୍ତି।
ସ୍ପେନ୍ ଏବଂ ଭାରତ ମଧ୍ୟରେ ୫୬ଟି ଯୁଦ୍ଧ ବିମାନ ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ପ୍ରଥମ ୧୬ଟି ଯୁଦ୍ଧ ବିମାନ ସ୍ପେନରେ ନିର୍ମାଣ ହେବ । ବାକି ୪୦ଟି ବିମାନ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ TASLରେ ନିର୍ମାଣ କରାଯିବ । ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ୨୦୨୧ରେ ସ୍ପେନ ସହ ଚୁକ୍ତି କରିଥିଲେ ଭାରତ ସରକାର । ଏଥିପାଇଁ ୨୧ ହଜାର ୯୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଗୁଜରାଟର ଭଦୋଦରା ସ୍ଥିତ "ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ" ଦ୍ୱାରା ଏହି ବିମାନ ନିର୍ମାଣ କାର୍ଯ୍ୟ କରାଯିବ। ଏହି ବିମାନ ଭାରତୀୟ ବାୟୁସେନାର ବଳକୁ ଆହୁରି ବୃଦ୍ଧି କରିବ । ଏହି ଅବସରରେ ଆଜି ସ୍ପେନ୍ ରାଷ୍ଟ୍ରପତିଙ୍କ ସହ ବିଶାଳ ରୋଡ୍ ସୋ’କରିଥିଲେ ପିଏମ୍ ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730105389.jpg)