Advertisment

ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ପେଣ୍ଟାଗନଠୁ ମଧ୍ୟ ବିଶାଳ ଏହି ହୀରା ବଜାର

ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ।

undefined

Surat Diamond Bourse

Advertisment

ଭାରତର ଡାଇମଣ୍ଡ ସିଟି ବନିବ ବିଶ୍ବର ଡାଇମଣ୍ଡ୍ କ୍ୟାପିଟାଲ୍। ଗୁଜରାଟର ସୁରତକୁ ମିଳିଲା ପୃଥିବୀର ସବୁଠୁ ବଡ଼ ହୀରା ବଜାର। ପେଣ୍ଟାଗନକୁ ପଛରେ ପକାଇ SDB ବନିଲା ବିଶ୍ୱର ସର୍ବବୃହତ ଅଫିସ୍ ବିଲଡିଂ। ଗିନିଜ୍ ୱାର୍ଲ୍ଡ ରେକର୍ଡରେ ବି ସାମିଲ ହେଲା ସୁରତ ଡାଇମଣ୍ଡ ବୋର୍ସ। ଏହି ବିଶାଳ, ଭବ୍ୟ ଓ ମହାକାୟ କୋଠା ସାଢ଼େ ୩୫ ଏକର ଜାଗାରେ ରହିଛି ପରସ୍ପର ଯୋଡ଼ି ହୋଇ ରହିଥିବା ୯ଟି ୧୫ ମହଲା ଟାୱାର। ରହିଛି ୪ ହଜାର ୭ଶହରୁ ଅଧିକ ଅଫିସ୍ ଓ ୬୭ ହଜାର ଲୋକ କାମ କରିବା ସୁବିଧା।

Advertisment

ଗୁଜରାଟ ସୁରତ ସହର ନିକଟ ଡ୍ରିମ୍ ସିଟିରେ ଏହି ସୁରତ ଡାଇମଣ୍ଡ ବୋର୍ସ ବା ଏସ୍‌ଡିବିକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଏହା ନୂଆ ଭାରତର ନୂଆ ଶକ୍ତି ଓ ନୂଆ ସଂକଳ୍ପର ପ୍ରତୀକ । ଏହା ମୋଦିଙ୍କ ଗ୍ୟାରେଣ୍ଟିର ଏକ ଉଦାହରଣ । ଏଣିକି ସୁରତ ହୀରା ଶିଳ୍ପକୁ ଅଧିକ ଦେଢ଼ ଲକ୍ଷ ନିଯୁକ୍ତି ମିଳିବ। ମୋ ତୃତୀୟ ପାଳି ସରକାରରେ ଭାରତ ପୃଥିବୀର ଟପ୍-ଥ୍ରୀ ଅର୍ଥନୀତିରେ ସାମିଲ ହେବ ବୋଲି ପ୍ରଧାନମନ୍ତ୍ରୀ ସୁରତ ମଞ୍ଚରୁ ଦେଶବାଶୀଙ୍କୁ ଭରସା ଦେଇଛନ୍ତି ।

ସୁରତ ଡାଇମଣ୍ଡ ବୋର୍ସରେ ଉଭୟ ପଲିସ୍‌ଡି ଓ ରଫ୍ ଡାଇମଣ୍ଡ, ଲାବ୍-ଗ୍ରୋନ୍ ଡାଇମଣ୍ଡ୍ ବା କୃତ୍ରିମ ହୀରା ଏବଂ ହୀରା ଗହଣା ବିକ୍ରି ହେବ। ହୀରା ତିଆରି ପାଇଁ ଉପକରଣ, ଡାଇମଣ୍ଡ୍ ପ୍ଲାନିଂ ପାଇଁ ସଫ୍ଟୱେର, ଡାଇମଣ୍ଡ୍ ସାର୍ଟିଫିକେଟ୍ କମ୍ପାନୀ ଉପଲବ୍ଧ ହେବ । ଏଥିସହ ଆମଦାନୀ-ରପ୍ତାନୀ ପାଇଁ ରହିବ ଷ୍ଟେଟ-ଅଫ୍-ଦି ଆର୍ଟ ତଥା ଭାରତର ସବୁଠୁ ବଡ଼ କଷ୍ଟମ୍ କ୍ଲିୟରାନ୍ସ ହାଉସ । ଆଉ ତା ସହ ଇଣ୍ଟରନ୍ୟାସନାଲ୍ ବ୍ୟାଙ୍କିଂ ଓ ସେଫ୍ ଭଲ୍ଟ ସୁବିଧା। SDBରେ ଅଫିସ ଗୁଡ଼ିକର ଆକାର ୩ ଶହରୁ ୭୫ ହଜାର ବର୍ଗଫୁଟ ଯାଏଁ ହୋଇଥିବାରୁ, ଏଠାରେ ସମସ୍ତ ପ୍ରକାର ହୀରା ବ୍ୟବସାୟୀ ନିଜ ଦୋକାନ ଖୋଲିପାରିବେ ।

Advertisment

ତେବେ ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ। ଏଥିସହ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି । ପଞ୍ଚତତ୍ତ୍ୱ ଥିମ୍ ତଥା ୩ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଗା ଷ୍ଟ୍ରକ୍ଚର ନିର୍ମାଣ କାମ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ।

ଡାଇମଣ୍ଡ ବୋର୍ସ ଉଦଘାଟନ ପୂର୍ବରୁ ସୁରତ ଏୟାରପୋର୍ଟର ନୂଆ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂ ଲୋକାର୍ପିତ କରିଛନ୍ତି ମୋଦି । ୩୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ସୁରତ ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି ।

Advertisment
Narendra Modi Gujarat Surat Diamond Trader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ