Advertisment

ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍, ‘ସୁଦର୍ଶନ ସେତୁ’ର ଉଦଘାଟନ କଲେ ମୋଦି

ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।

Sudarshan Setu

Sudarshan Setu

Advertisment

ଲୋକାର୍ପିତ ହୋଇଛି ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି। ଏହା ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ। ଗୁଜୁରାଟର ଓଖା ମୁଖ୍ୟ ସହରରୁ ଏହା ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ। ପ୍ରାୟ ଅଢେଇ କିଲୋମିଟର ଏହି ପୋଲ ପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।

Advertisment

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ। ଦ୍ୱାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ୍‌ ଦ୍ୱାରକା ଦ୍ୱୀପରେ ଜନବସତି ରହିଛି। ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ୍‌ ଦ୍ୱାରକାରେ ହିଁ ରହୁଥିଲେ। ଶ୍ରୀକୃଷ୍ଣଙ୍କ ଭୂମିକରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ସୁଦର୍ଶନ ସେତୁ ଭାବେ ନାମକରଣ କରାଯାଇଛି।

Narendra Modi Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ